ପ୍ରିୟଙ୍କାଙ୍କ ପାରିଶ୍ରମିକ ଅସମାନତା ପ୍ରସଙ୍ଗରେ ମୁହଁ ଖୋଲି ଚାଞ୍ଚଲ୍ୟକର ବୟାନ ଦେଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହୋଷ୍ଟ କରୁଥିବା ସୋ’ ଲକ୍ ଅପ୍ ନିକଟରେ ଶେଷ ହୋଇଯାଇଛି। ତେବେ କଙ୍ଗନା ଯେକୌଣସି ବିଷୟବସ୍ତୁ ହେଉ ସେ ନିଜର ବୟାନ ଦେଇଥାଆନ୍ତି। ଆଉ କାହାକୁ ଭୟ ନକରି ତାଙ୍କ ମନରେ ଯାହା ଥାଏ ତାହାକୁ ସେ  ସ୍ପଷ୍ଟ ଭାବେ ସମସ୍ତଙ୍କ ସାମ୍ନାରେ ରଖିଥାଆନ୍ତି। ଆଉ ଯଦି ବଲିଉଡ କଥା ଉଠେ ସେ ଏହାକୁ ନେଇ ଅ‌ନେକ ଚାଞ୍ଚଲ୍ୟକର ବୟାନ ଦେଇଥାଆନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ।

ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡରେ ଅଭିନେତା ଓ ଅଭିନେତ୍ରୀଙ୍କ ପାରିଶ୍ରମିକ ମଧ୍ୟରେ ପାର୍ଥକ୍ୟକୁ ନେଇ କିଛି କଥା କହିଥିଲେ। ଏହି ପ୍ରସଙ୍ଗରେ କଙ୍ଗନା ନିଜ ଅଭିଜ୍ଞତା ‌ସେୟାର କରିଛନ୍ତି।

କଙ୍ଗନା କହିଛନ୍ତି, ‘ବଲିଉଡରେ ଏମିତି ବଡ଼ବଡ଼ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କୌଣସି ପାରିଶ୍ରମିକ ନନେଇ ବି ସିନେମାରେ କାମ କରିବାକୁ ରାଜି ହୋଇ ଯାଆନ୍ତି।

ବଲିଉଡରେ ପାରିଶ୍ରମିକ ଅସମାନତାକୁ ନେଇ ପ୍ରିୟଙ୍କା ନିଜର ମତ ରଖିଥିଲେ। ପ୍ରିୟଙ୍କାଙ୍କ ଏହି ଭିଡିଓକୁ କଙ୍ଗନା ତାଙ୍କର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।  ଏହି ଭିଡିଓ କ୍ଲିପରେ ପ୍ରିୟଙ୍କା କହୁଛନ୍ତି କି, ‘ବଲିଉଡରେ ୬୦ ଟି ସିନେମା କରିବା ପରେ ବି ଅଭିନେତାଙ୍କ ପାଖାପାଖି ପାରିଶ୍ରମିକ ତାଙ୍କୁ କେବେ ମିଳିନାହିଁ। ଅଭିନେତାଙ୍କୁ ଯେତିକି ପାରିଶ୍ରମିକ ମିଳିଥାଏ ତାହାର ୧୦ ପ୍ରତିଶତ ତାଙ୍କୁ ମିଳିଥାଏ।’

5d3g17i

ଏହି ପ୍ରସଙ୍ଗକୁ ନେଇ କଙ୍ଗନା କହିଛନ୍ତି,‘ ମୁଁ ପାରିଶ୍ରମିକ ଅସମାନତାକୁ ନେଇ ମୁହଁ ଖୋଲିଥିବା ପ୍ରଥମ ମହିଳା । ଆଉ ଏହି ସବୁ ଘଟଣାକୁ ନେଇ ମୁହଁ ଖୋଲିଥିବାରୁ ମୋତେ ଅନେକ ଖରାପ ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିଛି।

କାରଣ ଗୋଟିଏ ସି‌ନେମାରେ ଅଭିନେତା ଯେତିକି ପାରିଶ୍ରମିକ ପାଇବେ ମୁଁ ବି ସେତିକି ପାଇବି ବୋଲି ଦାବି କରୁଥିଲୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେହି ଭୂମିକାକୁ ବିନା ମୂଲ୍ୟରେ ଅନ୍ୟ ଅଭିନେତ୍ରୀମାନେ କରିବାକୁ ରାଜି ଥାଆନ୍ତି। ଏହି ଶ୍ରେଶୀରେ ଏଗ୍ରେଡ ଅଭିନେତ୍ରୀଙ୍କ ନାମ ବି ରହିଛି। ତେବେ ଆଗକୁ କିଛି କହୁନାହିଁ। କି କାହାରିକୁ ଦୋଷ ଦେଉନାହିଁ।’

ସମ୍ବନ୍ଧିତ ଖବର