ମୁମ୍ବାଇ: କିଛି ଦିନ ତଳେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୧୧୧ ଜଣ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଥିଲା। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ଟିକେଟ ଦିଆଯାଇଥିଲା। ଅଭିନେତ୍ରୀଙ୍କୁ ହିମାଚଳପ୍ରଦେଶର ମଣ୍ଡିରୁ ନିର୍ବାଚନ ଲଢ଼ିବା ନେଇ ଟିକେଟ ମିଳିବା ପରେ ସେ ଏବେ ପ୍ରଚାର କାମ ଆରମ୍ଭ କରିଥିବା ଦେଖାଯାଇଛି।
କଙ୍ଗନା ଆଜି ମଣ୍ଡିରେ ରୋଡ୍ ସୋ’ କରିଥିବା ଜଣାଯାଇଛି। ଅଭିନେତ୍ରୀଙ୍କ ରୋଡ ସୋ’ରେ ହଜାର ହଜାର ଲୋକ ଯୋଗ ଦେଇଥିବା ବେଳେ ଜୟ ଶ୍ରୀରାମ ସ୍ଲୋଗାନ୍ ଦେଇ ପ୍ରଚାର ଆରମ୍ଭ କରିଥିଲେ କଙ୍ଗନା। ନିର୍ବାଚନ ଜିତିଲେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କଙ୍ଗନା କହିଥିଲେ। ସେ କହିଥିଲେ ଯେ, ମୋତେ ହିରୋଇନ୍ ବା ଷ୍ଟାର ଭାବନ୍ତୁ ନାହିଁ। ମୋତେ ନିଜର ଭଉଣୀ ଓ ଝିଅ ବୋଲି ଭାବନ୍ତୁ। ଆପଣମାନେ ମୋ ପରିବାର।
#WATCH | Lok Sabha elections 2024 | Mandi, Himachal Pradesh: BJP candidate and actor Kangana Ranaut says, "You can see the large gathering here. A lot of people have come here. They are all proud that the daughter of Mandi, the nationalist voice from Mandi will represent the… pic.twitter.com/N6p0Sp8sI9
— ANI (@ANI) March 29, 2024
ତେବେ ଟିକେଟ ମିଳିବା ପରେ କଙ୍ଗନା ରାନାୱତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ,"ମୋର ପ୍ରିୟ ଭାରତକୁ ମୁଁ ଖୁବ ଭଲପାଏ। ଏଥିସହିତ ଭାରତୀୟ ଜନତା ପାର୍ଟିକୁ ମୁଁ ସର୍ବଦା ସମର୍ଥନ କରି ଆସିଛି। ବିଜେପି ମୋ ଜନ୍ମସ୍ଥାନ ହିମାଚଳପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରୁ ଲୋକସଭା ପ୍ରାର୍ଥୀ ଭାବେ ମୋର ନାମକୁ ଘୋଷଣା କରିଛି।ଏହି ଘୋଷଣା ମୋତେ ଖୁସି ଦେଇଛି। ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇ ମୁଁ ସମ୍ମାନିତ ଅନୁଭବ କରୁଛି।"