ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମାରଜେନ୍ସି' ରିଲିଜକୁ ସ୍ଥଗିତ ରଖାଯାଇଛି। ଫିଲ୍ମରୁ ଅନେକ ଦୃଶ୍ୟ ହଟାଇବାକୁ ସେନ୍ସର ବୋର୍ଡ କହିଛି। ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ଲାଗି ରହିଛି। ଏଭଳି ପରିସ୍ଥିତିରେ ସେନସର ବୋର୍ଡର ଏହି ନିଷ୍ପତ୍ତି କଙ୍ଗନା ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। 

Advertisment

ସେପ୍ଟେମ୍ବର ୨ରେ ମଧ୍ୟପ୍ରଦେଶ ହାଇକୋର୍ଟ ଏହି ଚଳଚ୍ଚିତ୍ର ସମ୍ପର୍କରେ ଶିଖ ସଂଗଠନର ଆବେଦନ ଉପରେ ଶୁଣାଣି କରିବେ। ଶିଖ ସଂଗଠନର ଆବେଦନରେ କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମାରଜେନ୍ସି'ର ରିଲିଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।

ଏହି ନିର୍ଦ୍ଦେଶ ପୂର୍ବରୁ ହିମାଞ୍ଚଳ ପ୍ରଦେଶର ମଣ୍ଡିର ସାଂସଦ କଙ୍ଗନାଙ୍କ ଫିଲ୍ମ ସେପ୍ଟେମ୍ବର୬ ରେ ରିଲିଜ ହେବାର ଥିଲା। ଏହି ଚଳଚ୍ଚିତ୍ରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। 

ଅଭିଯୋଗକାରୀଙ୍କ ଓକିଲ ବରିଷ୍ଠ ଅଧିବକ୍ତା ଏନ.ଏସ ରୁପରାହ ରବିବାର ସୂଚନା ଦେଇ କହିଛନ୍ତି, ‘ଜବଲପୁର ଶିଖ ସଙ୍ଗତ ଫିଲ୍ମ ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।’ 

କଙ୍ଗନା କହିଛନ୍ତି, ‘ଆମର ଚଳଚ୍ଚିତ୍ର ସ୍ପଷ୍ଟ ହୋଇଯାଇଛି, କିନ୍ତୁ ଏହାର ପ୍ରମାଣପତ୍ରକୁ ଅଟକାଇ ଦିଆଯାଇଛି। କାରଣ, ଅନେକ ଧମକ ଆସୁଛି। ଏମିତି କି ସେନ୍ସର ବୋର୍ଡକୁ ବି ଲୋକମାନେ ଧମକ ଦେଉଛନ୍ତି ।

ଆମ ଉପରେ ଚାପ ପକାଯାଉଛି କି, ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁକୁ , ଜରନୈଲ ସିଂ ଭିଣ୍ଡରାୱାଲେଙ୍କୁ ଓ ପଞ୍ଜାବ ଦଙ୍ଗାର ଦୃଶ୍ୟକୁ ସିନେମାରେ ନ ଦେଖାଇବାକୁ । ତେବେ ଆମେ କ’ଣ ଦେଖାଇବା ଉଚିତ୍? ମୋତେ କ୍ଷମା କର, ସୃଷ୍ଟି ହୋଇଥିବା ପରିସ୍ଥିତି ମୋ ପାଇଁ କଷ୍ଟକର ହୋଇପଡିଛି । ଏହି ସବୁ ଦେଶର ଗୋଟିଏ ରାଜ୍ୟରେ  ହିଁ ଘଟୁଛି ।

ଅଧିକପଢ଼ନ୍ତୁ ଘରେ ଟମ ଆଣ୍ଡ ଜେରୀ ଦେଖନ୍ତି ରାହୁଲ: କଙ୍ଗନା