୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହେବେ କି କଙ୍ଗନା?

ମୁମ୍ବାଇ: ଗତ କିଛି ବର୍ଷ ମଧ୍ୟରେ ବଲିଉଡର ଅନେକ ଆଗଧାଡ଼ିର କଳାକାରମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିବା ବେଳେ ସମସ୍ତଙ୍କ ନଜର ଏବେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଉପରେ ରହିଛି। କଙ୍ଗନା ବଲିଉଡର କୁଇନ୍ ବନି ସାରିଥିବା ବେଳେ କେବେ କାହାର ରିଏଲ ଲାଇଫ୍‌ରେ କୁଇନ୍ ସାଜିବେ ସେ ପ୍ରଶ୍ନ ଏବେ ତାଙ୍କ ପ୍ରଶଂସକମାନଙ୍କ ମନରେ ଉଠିଛି।

ତେବେ ୨୦୨୦ରେ କଙ୍ଗନା ବିବାହ ବନ୍ଧନରେ ବାନ୍ଧି ହେବେ କି ବୋଲି, ନିକଟରେ ତାଙ୍କୁ ପ୍ରଶ୍ନ କରାଯିବା ପରେ କଙ୍ଗନା କହିଥିଲେ, ମୋର ଆଗାମୀ ଫିଲ୍ମ ‘ପଙ୍ଗା’ର ନିର୍ଦ୍ଦେଶକ ଅଶ୍ବିନୀ ଅୟର ତିୱାରୀ ମୋତେ ଯେତେ ଶୀଘ୍ର ସମ୍ଭବ ବିବାହିତ ଦେଖିବାକୁ ଚାହାନ୍ତି। ହେଲେ ବିବାହ ପାଇଁ ସେଭଳି ଜୀବନସାଥୀ ମଧ୍ୟ ମିଳିବା ଦରକାର। ଏବେ ତାହା ମିଳିବା ଅସମ୍ଭବ ଭଳି ଲାଗୁଛି ବୋଲି କହିଥିଲେ କଙ୍ଗନା।

Image result for kangana-ranaut in bridal attire
Times of India

ତାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ଏବେ ସେ ନିଜର ଆଗାମୀ ଫିଲ୍ମ ‘ପଙ୍ଗା’ର ପ୍ରମୋସନକୁ ନେଇ ବ୍ୟସ୍ତ ରହିଛନ୍ତି। ଫିଲ୍ମର ଟ୍ରେଲର ରିିଲିଜ୍ ହୋଇ ସାରିଥିବା ବେଳେ ଏଥିରେ କଙ୍ଗନାଙ୍କୁ ମା’ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଟ୍ରେଲର ରିଲିଜ୍ ପରେ କଙ୍ଗନାଙ୍କ ଚରିତ୍ରକୁ ଦର୍ଶକ ପସନ୍ଦ କରୁଥିବା ବେଳେ ବକ୍ସ ଅଫିସ‌ରେ ଏହା ଭଲ ଆୟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର