‘ମଣିକର୍ଣ୍ଣିକା’ ବିବାଦ ଭିତରେ ନୂଆ ସିନେମା ସାଇନ୍‌ କଲେ କଙ୍ଗନା, କିନ୍ତୁ ଫିଲ୍ମ ଦେବା ପୂର୍ବରୁ ସାଇନ୍‌ କରାଗଲା ନୋ ଇଣ୍ଟରଫିଅରେନ୍ସ କଣ୍ଟ୍ରାକ୍ଟ

ମୁମ୍ବାଇ : କିଛି ଦିନ ହେବ ଫିଲ୍ମ ‘ମଣିକର୍ଣ୍ଣିକା’ର ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାଓ୍ଵତ୍‌ । ଫିଲ୍ମର ଗୋଟେ ପରେ ଗୋଟେ ସଦସ୍ୟ ଫିଲ୍ମ ଛାଡ଼ୁଥିବା ବେଳେ ଏବେ ସେ ଆଉ ଏକ ଫିଲ୍ମ ସାଇନ୍‌ କରିଥିବା ଜଣାପଡ଼ିଛି । କିନ୍ତୁ ‘ମଣିକର୍ଣ୍ଣିକା’ ଭଳି ମଧ୍ୟ ତାଙ୍କ ଫିଲ୍ମ ଯେପରି ଅଧାରେ ଅଟକି ନ ଯାଉ ସେ ନେଇ ନିର୍ଦ୍ଦେଶକ ଅଶ୍ୱିନୀ ତିଓ୍ଵାରି କଙ୍ଗନାଙ୍କୁ ଏକ କଣ୍ଟ୍ରାକ୍ଟ ସାଇନ୍‌ କରାଇଛନ୍ତି। । ଏହା ଦ୍ୱାରା କଙ୍ଗାନା ଫିଲ୍ମର ସୁଟିଂରେ କୌଣସି ବାଧା ସୃଷ୍ଟି କରି ପାରିବେ ନାହିଁ । ‘ମଣିକର୍ଣ୍ଣିକା’ ଭଳି ତାଙ୍କ ଫିଲ୍ମ ‘ପଙ୍ଗା’ ମଧ୍ୟ ସେଭଳି ପରିସ୍ଥିତିର ସାମ୍ନା ନ କରୁ ସେଥିପାଇଁ ନିର୍ଦ୍ଦେଶକ ଅଶ୍ୱିନୀ ନୋ ଇଣ୍ଟରଫିଅରେନ୍ସ କଣ୍ଟ୍ରାକ୍ଟ ସାଇନ୍‌ କରାଇଥିବା ଜଣାପଡ଼ିଛି ।

Hindustan Times

ସୂଚନା ମୁତାବକ, କଙ୍ଗନା ଫିଲ୍ମ ‘ମଣିକର୍ଣ୍ଣିକା’କୁ ନେଇ ବାରମ୍ବାର ନିଜର ମତ ସମସ୍ତଙ୍କ ଉପରେ ଲଦୁ ଥିବାରୁ ଫିଲ୍ମର ନିର୍ଦ୍ଦେଶକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ମନା କରି ଦେଇଥିଲେ । ଏହା ପରେ ଅଭିନେତା ସୋନୁ ସୁଦ୍‌ ମଧ୍ୟ କଙ୍ଗନାଙ୍କ ସହ ଝଗଡ଼ା କରି ଏହି ଫିଲ୍ମ ଛାଡ଼ିଥିଲେ ।
କଙ୍ଗନା ରାଣା

ସମ୍ବନ୍ଧିତ ଖବର