ମୁମ୍ବାଇ: କିଛି ଦିନ ତଳେ ହିମାଚଳ ପ୍ରଦେଶରେ ବନ୍ୟା ଆସିବାରୁ ଶହ ଶହ ଲୋକ ନିଜ ବାସଗୃହ ହରାଇଥିଲେ। ଅନେକ ନିଜ ଆତ୍ମୀୟଙ୍କୁ ହରାଇ ଭାଙ୍ଗିପଡ଼ିଥିବା ବେଳେ ସେମାନଙ୍କ ମ‌ନ‌ୋବଳ ବଢ଼ାଇବା ପାଇଁ ପହଞ୍ଚିଥିଲେ ଅଭିନେତ୍ରୀ-ରାଜନେତ୍ରୀ କଙ୍ଗନା ରାନାୱତ। ମଙ୍ଗଳବାର ହିମାଚଳ ପ୍ରଦେଶର ବନ୍ୟା ପୀଡିତଙ୍କ ସହ ସାକ୍ଷାତ କରି ସେ ଭାବପ୍ରବଣ ହୋଇପଡ଼ିଥିବା ଦେଖାଯାଇଥିଲା। ପୀଡ଼ିତଙ୍କୁ ଭେଟିବା ସହ ସେ ମୁଖ୍ୟମନ୍ତ୍ରୀ ଶୁଖବିନ୍ଦର ସିଂହ ଶୁଖୁଙ୍କୁ ଟାର୍ଗେଟ ମଧ୍ୟ କରିଥିଲେ।

Advertisment

ଏକ୍ସ‌ରେ ବନ୍ୟା ଅଞ୍ଚଳ ପରିଦର୍ଶନର ଫଟୋ ସେୟାର କରି କଙ୍ଗନା ଲେଖିଥିଲେ, "ଲୋକମାନେ ସବୁକିଛି ହରାଇଛନ୍ତି। ହୋଇଥିବା କ୍ଷତିର ବ୍ୟାପକତା ଦେଖି ମୁଁ ବହୁତ ଯନ୍ତ୍ରଣାରେ ଅଛି।" କଙ୍ଗନା ଏହି କ୍ୟାପସନ ସହିତ ସେୟାର କରିଥିବା ଫଟୋରେ କିଛି ଗ୍ରାମବାସୀ ତାଙ୍କୁ ଆଲିଙ୍ଗନ କରି କାନ୍ଦୁଥିବା ଦେଖିବାକୁ ମିଳିଛି।

କଙ୍ଗନା ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଶୁଖବିନ୍ଦର ସିଂହ ଶୁଖୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, "ରାଜ୍ୟ ସରକାରଙ୍କ ଅବସ୍ଥା ସମସ୍ତେ ଜାଣନ୍ତି। ଗତଥର ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ କେନ୍ଦ୍ରରୁ ମିଳିଥିବା ପାଣ୍ଠିରୁ ସମସ୍ତଙ୍କୁ ୭ଲକ୍ଷ ଟଙ୍କା ଦିଆଯିବ, ସେମାନେ ୭ଲକ୍ଷ ଟଙ୍କା ପାଇଛନ୍ତି କି?" ଏଭଳି କହି ସେ ତଦନ୍ତ କରିବାକୁ ଦାବି କରିଛନ୍ତି। କେନ୍ଦ୍ରରୁ ଟଙ୍କା ଆସୁଥିଲେ ବି ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରୁନଥିବା କହିଛନ୍ତି କଙ୍ଗନା।