ମୁମ୍ବାଇ: କଙ୍ଗନା ରାନାୱତଙ୍କ ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ 'ଏମରଜେନ୍ସି' ବିବାଦ ଘେରରେ ରହିଛି। ଶିଖ ସଂଗଠନଗୁଡ଼ିକ ଏହାର ରିଲିଜକୁ ବିରୋଧ କରି ଫିଲ୍ମକୁ ବ୍ୟାନ କରିବାକୁ ଦାବି କରୁଥିବା ବେଳେ ରିଲିଜ ପାଇଁ ଫିଲ୍ମକୁ ଗ୍ରୀନ ସିଗନାଲ ମିଳିପାରିନାହିଁ। ବିବାଦ ମଧ୍ୟରେ ଫିଲ୍ମକୁ ସେନ୍ସର ବୋର୍ଡର ଅନୁମତି ମିଳିଥିଲେ ବି ଏବେ ପୁଲିସ ଥରେ କଙ୍ଗନାଙ୍କୁ ମିଳିଛି ନୋଟିସ୍। ଚଣ୍ଡିଗଡ଼ର ଜିଲ୍ଲା କୋର୍ଟ ଫିଲ୍ମ 'ଏମରଜେନ୍ସି' କୁ ନେଇ ନୋଟିସ୍ ପଠାଇଥିବା ଜଣାଯାଇଛି। 

Advertisment

ଜିଲ୍ଲା ବାର ଆସୋସିଏସନର ପୂର୍ବତନ ସଭାପତି ତଥା ଓକିଲ ରବିନ୍ଦର ସିଂ ବସି ଦାବି କରିଛନ୍ତି ଯେ, ଫିଲ୍ମ 'ଏମରଜେନ୍ସି'ରେ କଙ୍ଗନା ‘ଶିଖଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି’। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଏହି ଫିଲ୍ମରେ ସମ୍ପ୍ରଦାୟ ବିରୋଧରେ ଅନେକ ମିଥ୍ୟା ଅଭିଯୋଗ’ ରହିଛି। ଏଭଳି ଲେଖି ସେ କଙ୍ଗନା ବିରୋଧରେ ମାମଲା ରୁଜୁ କରିବାକୁ ଅନୁରୋଧ କରିଛନ୍ତି। ତେବେ ଅଭିନେତ୍ରୀ କଙ୍ଗନ‌ା କେବଳ ଫିଲ୍ମରେ ଅଭିନୟ କରି ନାହାନ୍ତି ବରଂ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

କଙ୍ଗନାଙ୍କ ଫିଲ୍ମରେ ଶିଖ୍ ସମ୍ପ୍ରଦାୟକୁ ଭୁଲ ଭାବେ ଉପସ୍ଥାପନ କରାଯିବା ସହ ଐତିହାସିକ ତଥ୍ୟକୁ ଭୁଲ ଭାବେ ଦର୍ଶାଯାଇଥିବା ନେଇ ଶିରୋମାନି ଅକାଳୀ ଦଳ ଦାବି କରିବା ପରେ ଅଭିଯୋଗ କରିଛନ୍ତି ରବିନ୍ଦର ସିଂ ବସି ।