ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଗତକାଲି ରିଲିଜ୍ ହୋଇସାରିଛି। ଚଳଚ୍ଚିତ୍ରଟିକୁ ଲୋକେ ବୟକଟ୍ କରିଥିଲେ ବି ଚଳଚ୍ଚିତ୍ରଟି ସେତେଟା ଖରାପ ପ୍ରଦର୍ଶନ କରିନାହିଁ। ଆପଣଙ୍କୁ ଜଣାଇ ଦେଉଛୁ ଯେ ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଦିନର ରୋଜଗାରର ରିପୋର୍ଟ ଏବେ ହସ୍ତଗତ ହୋଇସାରିଛି। ଜାଣିବାକୁ ମିଳିଛି କି ପ୍ରଥମ ଦିନରେ ହିଁ ରଣବୀରଙ୍କ ଅଭିନୀତ ଏହି ଫିଲ୍ମଟି ୩୬ କୋଟି ଟଙ୍କା ରୋଜଗାର କରିବାରେ ସମର୍ଥ ହୋଇଛି। ତେବେ ଫିଲ୍ମକୁ ନେଇ ମିଶ୍ର ପ୍ରତିକ୍ରିୟା ଆସୁଥିବା ବେଳେ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଫିଲ୍ମକୁ ବହୁତ ଖରାପ ବୋଲି କହିଛନ୍ତି।
କଙ୍ଗନା ରାଣାୱତ 'ବ୍ରହ୍ମାସ୍ତ୍ର' କୁ ଅତ୍ୟନ୍ତ ଖରାପ ଚଳଚ୍ଚିତ୍ର ବୋଲି କହିଛନ୍ତି। ନିର୍ଦ୍ଦେଶକ ଅୟାନ୍ ମୁଖାର୍ଜୀଙ୍କ ପାଇଁ କଙ୍ଗନା ରାଣାୱତ କହିଛନ୍ତି ଯେ, ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ତାଙ୍କୁ ଜେଲ୍ ପଠାଯିବା ଉଚିତ୍। ଅୟାନ୍ ମୁଖାର୍ଜୀ ୧୪ଜଣ ଫଟୋଗ୍ରାଫି ନିର୍ଦ୍ଦେଶକଙ୍କୁ ବଦଳାଇଥିଲେ। ଫିଲ୍ମର ସୁଟିଂ ପାଇଁ ୪୦୦ଦିନ ଲାଗିଗଲା। ୮୫ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ବଦଳାଗଲା। ଏଭଳି କରି ସେ ୬୦୦କୋଟିରେ ନିଆଁ ଲଗାଇବା ସହ ଫିଲ୍ମ ଜରିଆରେ ଧାର୍ମିକ ଭାବନାକୁ ଆଘାତ ଦେବାକୁ ଚେଷ୍ଟା କଲେ। ଏଭଳି କରିଥିବାରୁ ଅୟାନଙ୍କ ସହ ଯେଉଁମାନେ ଅୟାନ୍ ମୁଖାର୍ଜୀଙ୍କୁ ଜ୍ଞାନି ବୋଲି କହୁଛନ୍ତି, ସେମାନଙ୍କୁ ତୁରନ୍ତ ଜେଲ୍ ଯିବା ଉଚିତ୍।
ତେବେ ଫିଲ୍ମର ବଜେଟ ୩୦୦-୩୫୦କୋଟି ବୋଲି କୁହାଯାଉଥିବା ବେଳେ କଙ୍ଗନା କାହିଁକି ୬୦୦ କୋଟି କହିଲେ ତାହା ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/2bb18cb1-267d-4c5b-b5f0-8e0eabdd1902.jpg)