ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ମଙ୍ଗଳବାର ଦିନ ତାଙ୍କ ପୁଅ ଆରୟନ ଖାନଙ୍କ ଡେବ୍ୟୁ ପ୍ରୋଜେକ୍ଟ ଘୋଷଣା କରିଥିଲେ। ଆରୟନ୍ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏବଂ ନେଟଫ୍ଲିକ୍ସ ପାଇଁ ଏକ ୱେବ୍ ସିରିଜ୍ ନିର୍ମାଣ କରୁଛନ୍ତି ବୋଲି ଘୋଷଣା କରିଥିଲେ ଶାହରୁଖ। ଶାହାରୁଖଙ୍କ ଘୋଷଣା ପରେ ବଲିଉଡର ଅନେକ ସେଲିବ୍ରିଟିମାନେ ଆରୟନଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଥିଲେ। ସେଲିବ୍ରିଟିଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା ରାନାୱତ ଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
/sambad/media/post_attachments/aajtak/styles/medium_crop_simple/public/images/story/202411/kangana_ranaut_post.jpg)
ବଲିଉଡରେ ଚାଲିଥିବା ପ୍ରିୟାପ୍ରୀତି ତୋଷଣକୁ ବିରୋଧ କରିଆସୁଥିବା କଙ୍ଗନା ଆରୟନ ଖାନଙ୍କୁ ଅଭିନନ୍ଦନ ଜଣାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କଙ୍ଗନା, ଶାହରୁଖ କରିଥିବା ପୋଷ୍ଟର ସ୍କ୍ରିନସଟ ସେୟାର କରି ଲେଖିଛନ୍ତି, "ଏହା ବହୁତ ଭଲ କଥା ଯେ କଳାକାରଙ୍କ ପରିବାରର ପିଲାମାନେ କେବଳ ମେକ୍ ଅପ ଲଗାଇ, ଓଜନ ହ୍ରାସ କରି, କଣ୍ଢେଇ ଭଳି ସଜ ହୋଇ ନିଜକୁ ଅଭିନେତା-ଅଭିନେତ୍ରୀ ଭାବରେ ବିବେଚନା କରିବା ବ୍ୟତୀତ ଅନ୍ୟ କିଛି କରୁଛନ୍ତି। ଆମେ ସମସ୍ତେ ଏକାଠି ଭାରତୀୟ ସିନେମାର ମାନ ବଢ଼ାଇବା ଉଚିତ୍। ଏହା ହେଉଛି ଏବେର ଆବଶ୍ୟକତା | ଯେଉଁମାନଙ୍କର ସମ୍ବଳ ଅଛି ସେମାନେ ପ୍ରାୟତଃ ସହଜ ବାଟ ଅନୁସରଣ କରନ୍ତି | କ୍ୟାମେରା ପଛରେ ଆମକୁ ଅଧିକ ଲୋକ ଦରକାର | ଭଲ କଥା ହେଉଛି ଆରୟନ୍ ସେହି ରାସ୍ତାରେ ଯାଉଛନ୍ତି ଯେଉଁ ପେସାରେ ବହୁତ କମ୍ ଲୋକ ପାଦ ଦିଅନ୍ତି | ଜଣେ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ଭାବରେ ତାଙ୍କର ଡେବ୍ୟୁକୁ ଅପେକ୍ଷା ରହିବ।"
କଙ୍ଗନାଙ୍କ ଏଭଳି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/21/7f672bX0PRTibH4aiNXc.jpg)