ହାଇଦ୍ରାବାଦରେ ଗୋଟାଏ ହୋଟେଲରେ ରହୁଛନ୍ତି ବୋଲି ଜାଣିବା ପରେ ସଞ୍ଜୁବାବାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ନିକଟରେ ହାଇଦ୍ରାବାଦରେ ‌ଏକ ହୋଟେଲ୍‌ରେ କଙ୍ଗନା ସଞ୍ଜୟ ଦତ୍ତଙ୍କୁ ଭେଟିବା ପରେ ସୋସିଆଲ୍‌ ମିଡିଆରେ ଏକ ଫଟୋ ସେୟାର୍‌ କରିଛନ୍ତି।

କଙ୍ଗନା ଫଟୋ ସେୟାର୍‌ କରି ଟ୍ବିଟରରେ ଲେଖିଛନ୍ତି, ‘ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ଆମେ ହାଇଦ୍ରାବାଦର ଗୋଟାଏ ହୋଟେଲରେ ରହିଛୁ, ମୁଁ ଆଜି ସକାଳେ ସଞ୍ଜୁ ସାରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ବୁଝିବାକୁ ଯାଇଥିଲି ଏବଂ ତାଙ୍କୁ ଆହୁରି ସୁନ୍ଦର ଏବଂ ସୁସ୍ଥ ଦେଖାଯିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଆମେ ଆପଣଙ୍କର ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛୁ।’

ସଞ୍ଜୁ ବାବା ନିକଟରେ ଘୋଷଣା କରିଛନ୍ତି ଯେ ସେ ଗୁରୁତର ଭାବେ ଅସୁସ୍ଥ ଥିଲେ ଓ ନିକଟରେ ସୁସ୍ଥ ହୋଇଛନ୍ତି। ନିଜ ପିଲାମାନଙ୍କ ଜନ୍ମଦିନରେ ସଞ୍ଜୁ ବାବା ଏହି ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ଅଗଷ୍ଟରେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ ହେବାରୁ ଦତ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଦୁଇ ସପ୍ତାହ ଧରି ହସ୍ପିଟାଲରେ ରହିଥିଲେ ଓ ସେହି କାରଣରୁ ସେ କାମରୁ ବିରତି ମଧ୍ୟ ନେଇଥିଲେ।

ଆପଣ ଜାଣିଥିବେ ଯେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଲଙ୍ଗ୍‌ସ କର୍କଟ ହୋଇଛି। ଏ ନେଇ ପତ୍ନୀ ମନ୍ୟତା ସଞ୍ଜୟ ଦତ୍ତଙ୍କ ପ୍ରାଥମିକ ଚିକିତ୍ସା ସମୟରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର