ନୂଆଦିଲ୍ଲୀ: ଦିଲ୍ଲୀ ଦ୍ବାରିକାରେ ୧୭ବର୍ଷୀୟ ବାଳିକାଙ୍କ ଉପରେ ଏସିଡ ଆକ୍ରମଣ ଘଟଣା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ତାଙ୍କ ପୁରୁଣା ଯନ୍ତ୍ରଣାକୁ ପୁଣି ମନେ ପକାଇ ଦେଇଛି। କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ଭଉଣୀ ଉପରେ ହୋଇଥିବା ଏସିଡ ଆକ୍ରମଣ ପରେ କିଭଳି ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଥିଲା ତାହାକୁ ବଖାଣିଛନ୍ତି।

Advertisment

କଙ୍ଗନା ରାଣାୱତ ଲେଖିଛନ୍ତି, ‘ଯେତେବେଳେ ମୁଁ କିଶୋରୀ ଅବସ୍ଥାରେ ଥିଲି ମୋର ଭଉଣୀ ରଙ୍ଗୋଲୀ ଜଣେ ରୋଡ ସାଇଟ ରୋମିଓ ଦ୍ବାରା ଏସିଡ ଆକ୍ରମଣର ଶିକାର ହୋଇଥିଲା। ଏହି କାରଣରୁ ଭଉଣୀର ୫୨ଟି ସର୍ଜରୀ କରିବାକୁ ପଡ଼ିଥିଲା। ଏସବୁ ଘଟଣା ପରେ ଭଉଣୀ ସ୍ଥାଣୁ ପାଲଟି ଯାଇଥିଲା। କାହାରି ସହ କଥା ହେଉ ନଥିଲ। ଭିତରେ ଭିତରେ ମୁଁ ବି ଭୟଭୀତ ହୋଇଯାଇଥିଲି। କି ଭଉଣୀ ଉପରେ ଏସିଡ ଆକ୍ରମଣ କରିଥିବା ଯୁବକ ମୋ ଉପ‌ରେ ଭବିଷ୍ୟତରେ କେବେ କରିବ ନି ତ? ଏହି ଭୟରେ ଯେତେ‌ବେଳେ ବି ମୁଁ ରାସ୍ତାକୁ ବାହାରିଥାଏ ମୁହଁ ଢ଼ାଙ୍କି ବାହାରିଥାଏ। ଧୀରେଧୀରେ ଭଉଣୀର ମନକୁ ପରିବର୍ତ୍ତନ କରିଥିଲୁ। ତା’ପରେ ସେ ସାଧାରଣ ମଣିଷ ଭଳି ଜୀବନ ବଞ୍ଚିଥିଲା।  ଏବେ ସେ ବିବାହିତ ତାର ଗୋଟିଏ ସନ୍ତାନ ରହିଛି।

ଏଭଳି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ଏଥିପପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ମୁଁ ଗୌତମ ଗମ୍ଭୀରଙ୍କ କଥାରେ ଏକମତ । ଆମ୍ଭମାନଙ୍କୁ ଏସିଡ ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିତାନ୍ତ ଆବଶ୍ୟକ।