ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁବେଳେ ନିଜ ବିବୃତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବେଳେବେଳେ ଏଥିପାଇଁ ତାଙ୍କୁ ବିବାଦରେ ଛନ୍ଦି ମଧ୍ୟ ହେବାକୁ ପଡ଼େ । ଏହା ସତ୍ତ୍ବେ ବି ସାମାଜିକ କିମ୍ବା ରାଜନୈତିକ ପ୍ରସଙ୍ଗ ଉପରେ କଙ୍ଗନା ଖୋଲାଖୋଲି ଭାବରେ ତାଙ୍କ ମତ ଉପସ୍ଥାପନ କରନ୍ତି । ସବୁବେଳେ ରାଜନୈତିକ ପ୍ରସଙ୍ଗ ଉପରେ ମତ ରଖୁଥିବା କଙ୍ଗନା ପ୍ରଧାନମନ୍ତ୍ରୀ ହେବାକୁ ଚାହିଁବେ କି ନାହିଁ ପ୍ରଶ୍ନର ଯେଉଁ ଉତ୍ତର ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |
ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନସି' ପାଇଁ କଙ୍ଗନା ଏବେ ଚର୍ଚ୍ଚାରେ ରହିଛନ୍ତି | ଏହି ଚଳଚ୍ଚିତ୍ରରେ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କୁ ଏକ କାର୍ଯ୍ୟକ୍ରମରେ ପଚରାଯାଇଥିଲା ଯେ, ସେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି? କଙ୍ଗନା ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, 'ମୁଁ 'ଏମରଜେନସି' ନାମକ ଗୋଟିଏ ଫିଲ୍ମ କରିଛି। ସେହି ଚଳଚ୍ଚିତ୍ରରେ ମୋତେ ଦେଖିବା ପରେ ମୁଁ ପ୍ରଧାନମନ୍ତ୍ରୀ ହୁଏ ବୋଲି କେହି ଚାହିଁବେ ନାହିଁ।
ଏହା ପୂର୍ବରୁ ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ ସେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ, ଉତ୍ତରରେ କଙ୍ଗନା କହିଥିଲେ, “ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ରହିଲେ ଲଢ଼ିବି।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/t-74.jpg)