ରିତିକ୍‌-କଙ୍ଗନା ବିବାଦ: ଲିଭି ଯାଉଥିବା ନିଆଁକୁ ଧୂଆଁ ଦେଲେ କଙ୍ଗନା, ରାକେଶ ରୋଶନଙ୍କୁ ପଚାରିଲେ ଏହି ପ୍ରଶ୍ନ…

ମୁମ୍ବାଇ: କଙ୍ଗନା ଏବେ ନିଜର ଆଗାମୀ ଫିଲ୍ମ ମଣିକର୍ଣ୍ଣିକାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମର ଟ୍ରେଲର ଏବଂ ରିଲିଜ୍‌ ହୋଇ ସାରିଥିବା ଗୀତରେ ତାଙ୍କ ଦମ୍‌ଦାର ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥିବା ଦେଖା ଯାଇଛି । ଫିଲ୍ମରେ ତାଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଫିଲ୍ମଟି ଜାନୁଆରୀ ୨୫ରେ ରିଲିଜ୍‌ ହେବ ବୋଲି ଜଣା ପଡ଼ିଛି । ଏହି ଫିଲ୍ମର ନିର୍ଦ୍ଦେଶନା କଙ୍ଗନା ଏବଂ କ୍ରିଶ ମିଶି ଦେଇଥିବା ଜଣା ପଡ଼ିଛି । ତେବେ କିଛି ଦିନ ତଳେ ସେ ଦେଇଥବା ସାକ୍ଷାତକାରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସାକ୍ଷାତକାରରେ ତାଙ୍କୁ, ଆଗକୁ ଇଣ୍ଡଷ୍ଟ୍ରିରେ ଏଭଳି ଏକା ଯାତ୍ରା କରିବେ କି ନାହିଁ ପ୍ରଶ୍ନ କରାଯାଇଥିଲା ।

ଯାହାର ଉତ୍ତର ଦେବାକୁ ଯାଇ ସେ, ରୋଶନ ପରିବାର ସହ ହୋଇଥିବା ବିବାଦ, କରଣ ଜୋହରଙ୍କ ସହ ଝଗଡ଼ା ଏବଂ ଆଦିତ୍ୟ ପାଞ୍ଚୋଲିଙ୍କ ସହ ଜଡ଼ିତ ସ୍ମୃତିକୁ ସେ ମନେ ପକାଇଥିଲେ । ଏହା ସହ ତାଙ୍କୁ ପାନେ ଚଖାଇବା ପାଇଁ ଇଣ୍ଡଷ୍ଟ୍ରିର ଲୋକ ଯୋଜନା କରୁଥିଲେ ବୋଲି ମଧ୍ୟ କଙ୍ଗନା କହିଥିଲେ ।

India.com

“ଯେତେବେଳେ ବଲିଉଡ୍‌ରେ ନେପୋଟିଜିମ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହେଲା,ସେତେବେଳେ କରଣ ଆସି ମୋତେ କ୍ଷମା ମାଗିଥିଲେ । ଯେତେବେଳେ ମୁଁ ମଣିକର୍ଣ୍ଣିକାର ସୁଟିଂ ଆରମ୍ଭ କଲି, ସେତେବେଳେ ମୋତେ ସବୁବେଳେ ଚିଠି ଆସିବାକୁ ଲାଗିଥିଲା । ସେ ସମୟରେ ମୋର ବିବାଦ ମୋର ଜଣେ ସହ-କଳାକାରଙ୍କ ସହ ଚାଲିଥିଲା । ସେ ସମୟରେ ମୁଁ ଏତେ ବଡ଼ ଷ୍ଟାର ନଥିଲି । କିନ୍ତୁ ତଥାପି ମଧ୍ୟ ମୋତେ ଲୋକମାନେ ସମର୍ଥନ କରିଥିଲେ । ଚିଠି ଲେଖି ସେମାନେ ମୋ ସହିତ ଥିବା ଜଣାଉଥିଲେ । ପରେ ମୋ ଫିଲ୍ମ ସିମ୍‌ରନ୍‌ ବକ୍ସ ଅଫିସରେ ଅସଫଳ ହେବା ପରେ କରଣ ଜୋହର, ରାକେଶ ରୋଶନ ଏବଂ କେତନ ମେହତା ଏ ନେଇ ଅନେକ ଚର୍ଚ୍ଚା କରିଥିଲେ ।

ଇଣ୍ଡଷ୍ଟ୍ରିରେ ସେ ମୋତେ ମୋ ସ୍ଥାନ ଦେଖାଇବା ପାଇଁ ଚେଷ୍ଟା କରିଥିଲେ । ମୋର ଅସଲ ମୁଖା ସମସ୍ତଙ୍କ ସାମ୍ନାକୁ ଆଣିବେ ବୋଲି ରାକେଶ କହୁଥିଲେ । କ’ଣ ହେଲା? ଏ ପର୍ଯ୍ୟନ୍ତ ତ ସେ ମୋର ଅସଲ ମୁଖା ସାମ୍ନାକୁ ଆଣି ପାରି ନାହାନ୍ତି” ବୋଲି କଙ୍ଗନା କହିଥିଲେ । ରିତିକ୍‌-କଙ୍ଗନାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କଥା ସାମ୍ନାକୁ ଆସିବା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଯାହା ପାଇଁ ରାକେଶ କଙ୍ଗନାଙ୍କ ଅସଲ ମୁଖା ସାମ୍ନାକୁ ଆଣିବା କଥା କହିଥିଲେ ।

ସମ୍ବନ୍ଧିତ ଖବର