ମୁମ୍ବାଇ: ମୋଦୀ ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ କଙ୍ଗନା କୃଷକ ଆନ୍ଦୋଳନକୁ ଖାଲିସ୍ତାନୀ ଆନ୍ଦୋଳନ ସହ ତୁଳନା କରିଥିଲେ।

Advertisment

କଙ୍ଗନା ରଣାୱତ କୃଷକ ପ୍ରସଙ୍ଗକୁ ନେଇ ନିଜ ଫେସବୁକ ଆକାଉଣ୍ଟରେ ଏକ ବିବାଦୀୟ ପୋଷ୍ଟ କରିଥିଲେ । ଆଉ ଲେଖିଥିଲେ, ଖାଲିସ୍ତାନୀ ଆତଙ୍କବାଦୀ ସରକାରଙ୍କ ହାତ ମୋଡିଛନ୍ତି, କିନ୍ତୁ ସେ ମହିଳା (ଇନ୍ଦିରା ଗାନ୍ଧୀ)ଙ୍କୁ ଭୁଲିବା କଥା ନୁହେଁ ଯିଏ ତାଙ୍କୁ ନିଜ ଜୋତା ତଳେ ଦଳି ଚକଟି ଦେଇଥିଲେ। ତାଙ୍କର ମୃତ୍ୟୁର ଦଶକ ପରେ ବି ଆଜି ବି ତାଙ୍କ ନାଁ ଶୁଣିଲେ ଲୋକେ କମ୍ପି ଯାଉଛନ୍ତି, ଏମାନଙ୍କୁ ସେହିଭଳି ଗୁରୁ ହିଁ ଦରକାର।

ଏଭଳି ବୟାନ ପରେ କଙ୍ଗନାଙ୍କ ନାମରେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବୁଧବାର ଦିନ କଙ୍ଗନା ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ ଯେ ତାଙ୍କ ବିରୋଧରେ ଆଜି ମଧ୍ୟ ଏକ ମାମଲା ରୁଜ୍ଜୁ ହୋଇଛି। କିନ୍ତୁ କଙ୍ଗନାଙ୍କୁ କିଛି ଫରକ ପଡ଼େନି।

କଙ୍ଗନା ନିଜ ଇନଷ୍ଟା ଷ୍ଟୋରିରେ ନିଜର ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ୱାଇନ ଗ୍ଲାସ ଧରିଥିବା ଦେଖିବାକୁ ମିଳିଥିଲା।ଫଟୋ ସହ କଙ୍ଗନା ଲେଖିଛନ୍ତି, ଆଉ ଗୋଟିଏ ଦିନ, ଆଉ ଗୋଟିଏ ଏଫଆଇଆର…ଯଦି ସେମାନେ ମୋତେ ଗିରଫ କରିବାକୁ ଆସନ୍ତି…ମୋ ମୁଡ଼ ଏବେ ଘରେ ଏମିତି ଅଛି।