କଙ୍ଗନା ରାଣାଓ୍ଵତ୍‌ ଓ ପ୍ରସୁନ ଯୋଶୀଙ୍କ ସମେତ ୬୧ଜଣ ସେଲିବ୍ରିଟି ଲେଖିଲେ ଖୋଲା ଚିଠି, ଭିଡ଼ ହିଂସାକୁ ନେଇ ଚିଠି ଲେଖିଥିବା ୪୯ଜଣଙ୍କୁ କଲେ ବିରୋଧ

ମୁମ୍ବାଇ : ଦେଶରେ ଭିଡ଼ ହିଂସା ବଢ଼ୁଥିବା ଦେଖି ଭାରତର ସେଲିବ୍ରିଟିମାନେ ଚିନ୍ତା ବ୍ୟକ୍ତ କରିବା ସହ ଏହାକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କିଛି ଦିନ ତଳେ ଚିଠିି ଲେଖି ଜଣାଇଥିଲେ । ପାଖାପାଖି ୪୯ଜଣ କଳାକାର, ନିର୍ଦ୍ଦେଶକ ଏବଂ ସାମାଜିକ କର୍ମୀମାନେ ମିଶି ଏହି ଚିଠି ମୋଦୀଙ୍କୁ ଲେଖିଥିଲେ । ଚିଠିଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଚିଠିରେ ଅଭିନେତ୍ରୀ କୋଙ୍କଣା ସେନ୍‌ଶର୍ମା, ସୌମିତ୍‌ ଚାଟାର୍ଜୀ, ଶ୍ୟାମ ବେନେଗଲ, ଶୁଭ ମୁଦ୍‌ଗଲ, ମଣି ରତ୍‌ନମ, ଅନୁରାଗ କଶ୍ୟପ, ଅପର୍ଣ୍ଣା ସେନ୍‌ଙ୍କ ଭଳି କିଛି ସେଲିବ୍ରିଟିଙ୍କ ଦସ୍ତକ୍ଷତ ଥିବା ଦେଖିବାକୁ ମିଳିଥିଲା । ଏବେ ଚିଠି ଲେଖିଥିବା ୪୯ଜଣଙ୍କୁ ବିରୋଧ କରି ୬୧ଜଣ ସେଲିବ୍ରିଟି ଆଉ ଏକ ଚିଠି ଲେଖିଥିବା ଜଣାପଡ଼ିଛି । ଚିଠିରେ ମିଛ କାହାଣୀ ପ୍ରସାର କରିବା ଓ ରାଜନୈତିକ ପକ୍ଷପାତକୁ ନେଇ ଲେଖାଯାଇଛି । ଏଥିରେ ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାଓ୍ଵତ୍‌ଙ୍କ ଦସ୍ତକ୍ଷତ ଥିବା ଜଣାପଡ଼ିଛି ।

oneindia.com

ଏହି ପୂରା ମାମଲାକୁ ନେଇ କଙ୍ଗନାଙ୍କୁ ପଚରାଯିବା ପରେ ସେ ନିଜର ମତ ରଖିଛନ୍ତି । ତାଙ୍କ ଅନୁଯାୟୀ, କିଛି ଲୋକ ଭୁଲ କଥାକୁ ପ୍ରସାର କରିବା ପାଇଁ ନିଜ ପଦର ର୍ଦୁବ୍ୟବହାର କରୁଛନ୍ତି । ସେମାନେ ଏହି ସରକାରକୁ ଭୁଲ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି । କିନ୍ତୁ ପ୍ରକୃତରେ ଏତେ ଦିନ ପରେ କିଛି ଭଲ ହେଉଛି । ଦେଶ ଉନ୍ନତି ପଥରେ ଆଗେଇଛି । କିନ୍ତୁ ଏହି ଉନ୍ନତିକୁ ଦେଖି କିଛି ଲୋକଙ୍କୁ ଅସୁବିଧା ହେଉଛି । ସାଧାରଣ ଜନତା ଏହି ସରକାରଙ୍କୁ ବାଛିଛନ୍ତି । ଏମାନେ ସାଧାରଣ ଜନତାଙ୍କ ଇଚ୍ଛାକୁ ସମ୍ମାନ ନ ଦେବା ସହ ଲୋକତନ୍ତ୍ରକୁ ମଧ୍ୟ ସମ୍ମାନ ଦେଉନାହାଁନ୍ତି ବୋଲି କହିଛନ୍ତି କଙ୍ଗନା ।

ସମ୍ବନ୍ଧିତ ଖବର