ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ 'ଏମରଜେନ୍ସି' ବିବାଦ ଘେରରେ ରହିଛି । ଶିଖ ସଂଗଠନଗୁଡ଼ିକ ଏହାର ରିଲିଜକୁ ବିରୋଧ କରି ଫିଲ୍ମକୁ ବ୍ୟାନ କରିବାକୁ ଦାବି କରୁଥିବା ବେଳେ ରିଲିଜ ପାଇଁ ଫିଲ୍ମକୁ ଗ୍ରୀନ ସିଗନାଲ ମିଳିପାରିନାହିଁ।  ଫିଲ୍ମ ଏମରଜେନ୍ସି ସେପ୍ଟେମ୍ବର ୬ରେ ରିଲିଜ ହେବାର ଥିଲା । କିନ୍ତୁ ବିବାଦ ହେତୁ ଏହାର ରିଲିଜକୁ ସ୍ଥଗିତ ରଖାଯାଇଛି। ତେବେ ଚଳଚ୍ଚିତ୍ର ବ୍ୟତୀତ ଅଭିନେତା-ସାଂସଦ କଙ୍ଗନା ରାନାୱତ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି |

Advertisment

ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ପ୍ରତିକ୍ରିୟା ଦେଉଥିବା କଙ୍ଗନା ନିକଟରେ ଏକ ସାକ୍ଷାତକାରରେ ତାଙ୍କ ବିବାହ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ଜାତୀୟ ଗଣମାଧ୍ୟମ ନ୍ୟୁଜ୍ ୧୮କୁ ଦେଇଥିବା ସାକ୍ଷାତକାରରେ, କଙ୍ଗନା ରାନାୱତ ତାଙ୍କ ବିବାହ ଯୋଜନା ବିଷୟରେ କହିଥିଲେ | ସେ କହିଥିଲେ, "ମୁଁ ନିଶ୍ଚିତ ଭାବେ ବିବାହ କରିବାକୁ ଚାହୁଁଛି।" ସାଂସଦ ଭାବରେ ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ମଧ୍ୟରେ ସେ ବିବାହ କରିବେ କି ବୋଲି ପଚରାଯାଇଥିବା ବେଳେ କଙ୍ଗନା ଉତ୍ତର ଦେଇଥିଲେ, "ଆଶା କରୁଛି । ଏହା ପରେ ବିବାହ କରିବାର କୌଣସି ଅର୍ଥ ନାହିଁ ।"

ଯେତେବେଳେ ପଚରାଗଲା ପ୍ରଶଂସକମାନଙ୍କୁ ଅଭିନେତ୍ରୀ କେବେ ବିବାହ ବିଷୟରେ କହ‌ିବେ, ଉତ୍ତରରେ ସେ ମଜାରେ କହିଥିଲେ, ପ୍ରଥମେ ମୋର ଚଳଚ୍ଚିତ୍ର ('ଏମରଜେନ୍ସି') ରିଲିଜ୍ ହେଉ, ତା’ପରେ ଆମେ କଥା ହେବା ।