କଙ୍ଗନାଙ୍କ ବଡ଼ ଖୁଲାସା: ଏସିଡ୍ ଆକ୍ରମଣ ପରେ ଭଉଣୀର ଚିକିତ୍ସା ପାଇଁ ଟଙ୍କା ନଥିବାରୁ ନ କରିବା କାମ ମୁଁ କରିବାକୁ ବାଧ୍ୟ ହୋଇଥିଲି

ମୁମ୍ବାଇ: ଭୟଶୂନ୍ୟ ହୋଇ ନିଜର ବୟାନ ରଖୁଥିବାରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ୍। ଫିଲ୍ମ ହେଉ ବା କୌଣସି ବିଷୟରେ ତାଙ୍କର ପ୍ରତିକ୍ରିୟା ଅନେକ ସମୟରେ ବିବାଦ ଏବଂ ଚର୍ଚ୍ଚାର ବିଷୟ ପାଲଟିଥାଏ। କିନ୍ତୁ ଏବେ ସେ ଯେଉଁ ବୟାନ ଦେଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟଙ୍କା ପାଇଁ ନ କରିବା କାମ ମଧ୍ୟ ମୁଁ କରିଛି ବୋଲି କହିବା ପରେ ତାଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

'मेरे पास बैठकर रोने का भी समय नहीं था'
oneindia.com

ମୁମ୍ବାଇ ମିରରକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଯେତେବେଳେ ମୁଁ ବଲିଉଡରେ ନିଜର ପରିଚୟ ତିଆରି କରିବା ପାଇଁ ସଂଘର୍ଷ ଆରମ୍ଭ କରିଥିଲି ସେତେବେଳେ ମୋର ବୟସ ମାତ୍ର ୧୯ଥିଲା। ଏହି ସମୟରେ ମୋ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କ ଉପରେ ଏସିଡ୍ ମାଡ଼ ହୋଇଥିଲା। ସେତେବେଳେ ମୋ ପାଖରେ କୌଣସି ଭଲ କାମ ନଥିଲା। ଆର୍ଥିକ ସମସ୍ୟା ଥିବାରୁ ମୁଁ କମ ବଜେଟର ଫିଲ୍ମ କରିବା ସହ ଯେଉଁ ଚରିତ୍ର ନ କରିବା କଥା ସେଭଳି ଚରିତ୍ରରେ ଅଭିନୟ କରିଥିଲି। ଅନେକ ଫିଲ୍ମରେ ଅତିଥି ଭୂମିକାରେ ଆସିବା ପାଇଁ ରାଜି ମଧ୍ୟ ହୋଇଥିଲି। କାରଣ ସେ ସମ‌ୟରେ ଦେଶର ଜଣେ ଭଲ ସର୍ଜନଙ୍କ ଦ୍ବାରା ଭଉଣୀର ଚିକିତ୍ସା କରାଇବା ଅତ୍ୟନ୍ତ ଆବଶ୍ୟକ ଥିଲା। ଏବଂ ଯାହା ପାଇଁ ଅଧିକ ଅର୍ଥର ଆବଶ୍ୟତା ଥିଲା।‌ ମୁଁ ଏକା ଥିବାରୁ ଅନେକ ଲୋକ ମୋର ଫାଇଦା ମଧ୍ୟ ଉଠାଇଥିଲେ। କିନ୍ତୁ ସେ ସବୁ ଅସୁବିଧାର ସାମ୍ନା କରି ମୁଁ ଅଧିକରୁ ଅଧିକ ଶକ୍ତ ହେଲି ଏବଂ ତାହା ମୋତେ ପରବର୍ତ୍ତୀ ସମୟରେ ନିଜର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା।

ସମ୍ବନ୍ଧିତ ଖବର