ନୂଆବର୍ଷରେ ପୁରୀ ଆସିବେ କଙ୍ଗନା !

ମୁମ୍ବାଇ: କଙ୍ଗନା ରାଣାୱତ ସୋସିଆଲ ନେଟୱାର୍କିଂ ସାଇଟ ଟୁଇଟରରେ ଖୁବ ସକ୍ରିୟ ରହିଥାଆନ୍ତି। ସେ ଟୁଇଟରରେ ତାଙ୍କର ବିଚାର ଓ ଦୈନନ୍ଦିନ ଜୀବନ ସହିତ ଜଡ଼ିତ ଅନେକ କଥା ତାଙ୍କ ପ୍ରଶଂସକଙ୍କ ସହିତ ସେୟାର କରିଥାଆନ୍ତି। କଙ୍ଗନା ବେଶ ଧାର୍ମିକ ମନୋଭାବ ସଂପନ୍ନ ବୋଲି ଜଣାଯାଇଛି। ନିକଟରେ ସେ ନୂଆବର୍ଷକୁ ନେଇ କ’ଣ କ’ଣ ଯୋଜନା ରଖିଛନ୍ତି ସେ ସମ୍ପର୍କରେ ଲୋକମାନଙ୍କୁ ଜଣାଇଛନ୍ତି।

ମା’ଙ୍କ ସହିତ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘କିଛି ବର୍ଷ ପୂର୍ବରୁ ମୁଁ ମା’ଙ୍କ ସହିତ ସହିତ କାଶୀ ବିଶ୍ବନାଥଙ୍କୁ ଦର୍ଶନ କରିଥିଲି। ମୁଁ ସପ୍ତଜ୍ୟୋର୍ତିଲିଙ୍ଗ ବି ଦର୍ଶନ କରିଛି। ମୁଁ ଚାହୁଁଛି କି ୨୦୨୧‌ରେ କେଦାରନାଥ ଯାଇ ଅଷ୍ଟମ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବି। ନୂଆବର୍ଷରେ ମୁଁ ପୁରୀ ଜଗନ୍ନାଥ ଧାମ ବି ଯିବାକୁ ଇଚ୍ଛା ରଖିଛି।’

ଏହାପୂର୍ବରୁ ଗତ କିଛି ଦିନ ତଳେ କଙ୍ଗନା ଏକ ମନ୍ଦିର ତୋଳିବା ପାଇଁ କହିଥିଲେ। ମା’ ଦୁର୍ଗା ତାଙ୍କୁ ତାଙ୍କ ମନ୍ଦିର ତିଆରି କରିବା ପାଇଁ ଆଦେଶ କରିଥିବା ସେ ଟୁଇଟ କରି କହିଥିଲେ।

ସମ୍ବନ୍ଧିତ ଖବର