ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍ କୌଣସି ବିଷୟରେ କହିବା ପାଇଁ କେବେ ହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ । ବଲିଉଡ୍ରେ ସେ ନିଜ ଦମ୍ରେ ନିଜର ସ୍ଥାନ ତିଆରି କରିଥିବା ବେଳେ ଏବେ ତାଙ୍କୁ ବଲିଉଡ୍ରେ କୁଇନର ଆଖ୍ୟା ଦିଆଯାଇଛି । ତେବେ ବିଭିନ୍ନ ଇଭେଣ୍ଟରେ ମନଖୋଲି ନିଜର ବୟାନ ଦେଉଥିବା କଙ୍ଗନା ସୋସିଆଲ ମିଡିଆଠାରୁ ନିଜକୁ ଦୂରେଇ ରଖନ୍ତି । ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ଅନେକ ସମୟରେ ଟୁଇଟ୍ କରି ବଲିଉଡ୍କୁ ଟାର୍ଗେଟ କରୁଥିଲେ ମଧ୍ୟ କଙ୍ଗନାଙ୍କୁ ସେପରି କରିବାର ଖୁବ୍ କମ ଦେଖାଯାଏ । ତେବେ ସୋସିଆଲ ମିଡିଆରେ କୌଣସି ଜିନିଷ କ’ଣ ପାଇଁ ଆଲୋଚନା କରନ୍ତି ନାହିଁ, ସେ ବିଷୟରେ ଜଣାଇଛନ୍ତି କଙ୍ଗନା ।
Deccan Chronicleକଙ୍ଗନା କହନ୍ତି, ମୁଁ ମୋ ପାଖାପାଖି ଘଟୁଥିବା ଘଟଣାକୁ ନେଇ ବହୁତ ସଚେତନ । ସୋସିଆଲ ମିଡିଆରେ କୌଣସି ଜିନିଷର ସମାଧାନ ଖୋଜିବାରେ ମୁଁ ସମୟ ଲଗାଇବାକୁ ଚାହୁଁ ନାହିଁ । ସୋସିଆଲ ମିଡିଆ ଛାଡ଼ି ବାସ୍ତବ ଜୀବନକୁ ଦେଖିବା ଦରକାର, ଯାହା ମୁଁ କରୁଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Kangana-Ranaut-Latest-Video-644x362.jpg)