ସଲମାନଙ୍କ ଇଦ୍ ପାର୍ଟିରେ ଯୋଗ ଦେଇ ଚର୍ଚ୍ଚାରେ କଙ୍ଗନା, ଜଣାଇଲେ ଏହା ପଛର କାରଣ

ନୂଆଦିଲ୍ଲୀ: କିଛି ଦିନ ତଳେ ଧନ୍ୟବାଦ ମୋ ଦବଙ୍ଗ ହିରୋ। ମୁଁ ଏ ଇଣ୍ଡଷ୍ଟ୍ରିରେ ଏକା ବୋଲି ଆଉ କେବେ କହିବି ନାହିଁ ବୋଲି କହିଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଇନଷ୍ଟା ଷ୍ଟାଟସରେ କଙ୍ଗନାଙ୍କ ଏଭଳି ଲେଖା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତାଙ୍କର ଏଭଳି ‌ପୋଷ୍ଟ ପରେ କଙ୍ଗନା ଏବଂ ସଲମାନଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିବା ‌ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ପୋଷ୍ଟ କରିବା ‌ପୂର୍ବରୁ ସଲମାନଙ୍କ ଇଦ୍ ପାର୍ଟିରେ ଯୋଗ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ କଙ୍ଗନା।

ସଲମାନଙ୍କ ଭଉଣୀ ଅର୍ପିତ‌ା ଖାନଙ୍କ ଇଦ ପାର୍ଟିରେ ଯୋଗ ଦେଇଥିଲେ କଙ୍ଗନା ରାଣାୱତ୍। ତାଙ୍କୁ ପାର୍ଟିରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବଲିଉଡରେ କେହି ବନ୍ଧୁ ନଥିବା କଥା କହୁଥିବା ବେଳେ ସେ ସଲମାନଙ୍କ ପାର୍ଟିକୁ କେମିତି ଗଲେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିଲା। ଏବେ କଙ୍ଗନା ସେ ପ୍ରଶ୍ନ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଏମିତି ଜମା ନୁହେଁ ଯେ, ମୁଁ ପାର୍ଟିରେ ଯୋଗଦିଏ ନାହିଁ। ମୁଁ ଯେଉଁଠାକୁ ଯିବାକୁ ଚାହେଁ, ସେଠାକୁ ଯାଏ। ଦେଖିବାକୁ ଗଲେ ସଲମାନ ମୋର ବହୁତ ଭଲ ବନ୍ଧୁ। ସେ ମୋତେ ଫୋନ କରି ବ୍ୟକ୍ତିଗତ ଭାବେ ପାର୍ଟିକୁ ନିମନ୍ତ୍ରଣ କରିବାରୁ ମୁଁ ପାର୍ଟିକୁ ଯାଇଥିଲି। ଏହା ଅତି ସାଧାରଣ କଥା।

salman khan kangana ranaut dhaakad

ଏହି ଇଦ ପାର୍ଟି ପରେ ପରେ ସଲମାନ କଙ୍ଗନାଙ୍କ ଫିଲ୍ମ ‘ଧାକଡ’ର ନୂଆ ଟ୍ରେଲର ଆସିବା ମାତ୍ରେ ଏହାକୁ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସେୟାର କରିଥିଲେ । ଟ୍ରେଲର ସେୟାର କରିବା ସହ ସେ ‘ଧାକଡ’ର ପୂରା ଟିମକୁ ଶୁଭେଚ୍ଛା ଜଣାଇଥିଲେ। ସଲମାନଙ୍କ ପୋଷ୍ଟ ପରେ କଙ୍ଗନା ଏହାକୁ ନିଜ ଇନଷ୍ଟା ଷ୍ଟାଟସରେ ସେୟାର କରିବା ସହ ଲେଖିଥିଲେ ଯେ, ଧନ୍ୟବାଦ ମୋ ଦବଙ୍ଗ ହିରୋ। ମୁଁ ଏ ଇଣ୍ଡଷ୍ଟ୍ରିରେ ଏକା ବୋଲି ଆଉ କେବେ କହିବି ନାହିଁ। ପୁରା ଧାକାଡ ଟିମକୁ ଧନ୍ୟବାଦ।

ସମ୍ବନ୍ଧିତ ଖବର