ସୁୁଶାନ୍ତଙ୍କ ସଂପର୍କିତ ଏହି ଗୁରୁତ୍ବପୂର୍ଣ୍ଣ କଥା କଙ୍ଗନାଙ୍କୁ କହିଛନ୍ତି ବନ୍ଧୁ ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୟା ମଧ୍ୟରେ ଅନେକ ଦିନ ବିତିଗଲାଣି। ବାସ୍ତବରେ ସୁଶାନ୍ତ ଆତ୍ମହତ୍ୟା କରିିଥି‌ଲେ କି ତାଙ୍କର ହତ୍ୟା କରାଯାଇଥିଲା ତାହା ଏଯାଏ ବି ଅସ୍ପଷ୍ଟ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ତେବେ, ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତୀବ୍ର ପ୍ରତିକ୍ରିୟା ରଖି ଚାଲିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ‌ସେ ବାରମ୍ବାର ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି।

ନିକଟରେ ସୁଶାନ୍ତଙ୍କୁ ନେଇ କଙ୍ଗନା ଆଉ ଏକ କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି କି ସୁଶାନ୍ତଙ୍କ ପୂର୍ବତନ‌ ପ୍ରେମିକା ଅଙ୍କିତା ତାଙ୍କ ସହ ଅନେକ ଥର ସୁଶାନ୍ତଙ୍କ ବିଷୟରେ କଥା ହେଉଥିଲେ। ସେ ତାଙ୍କୁ କହିଛନ୍ତି କି ସୁଶାନ୍ତଙ୍କୁ ବଲିଉଡ୍‌ରେ ଭଲ ନଜରରେ ଦେଖା ଯାଉନଥିଲା। ତାଙ୍କୁ ଅପମାନିତ କରାଯାଉ ଥିଲା।

କଙ୍ଗନା ନିକଟରେ ଏକ ସାକ୍ଷାତ୍‌କାରରେ ଏପରି କହିଛନ୍ତି। ପ୍ରଥମରୁ ହିଁ ସୁଶାନ୍ତଙ୍କ ସହ ବଲିଉଡ୍‌ରେ ଭଲ ବ୍ୟବହାର କରାଯାଉନଥିଲା, ଯାହାକୁ ନେଇ ସେ ଖୁବ୍ ଦୁଃଖୀ ରହୁଥିଲେ ବୋଲି ଅଙ୍କିତା ତାଙ୍କୁ କହିଛନ୍ତି।

News18.com

କଙ୍ଗନା ଆହୁରି ବି କହିଛନ୍ତି ଯେ ଅଙ୍କିତା ତାଙ୍କୁ କହିଥିଲେ ବାରମ୍ବାର ଅଡିସନ୍‌ ଦେଇ, ବାରମ୍ବାର ରିଜେକ୍ଟ ହେବା ପରେ ସୁଶାନ୍ତ ଟେଲିଭିଜନରୁ ବଲିଉଡ୍‌ରେ ପ୍ରବେଶ କରିବାର ସୁଯୋଗ ପାଇଥିଲେ।

ଉଲ୍ଲେଖଯୋଗ୍ୟ, ଜୁନ୍‌ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିିତ ନିଜ ବାସଭବନରେ ଫାଶୀରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ସୁଶାନ୍ତଙ୍କ ମୃତଦେହ। ସେବେଠାରୁ ଏବେ ପର୍ଯ୍ୟନ୍ତ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ତଦନ୍ତ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର