ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାନାୱତ ଅଭିଯୋଗ ଆଣିଛନ୍ତି ଯେ ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମ୍ସି) ତାଙ୍କ କାର୍ଯ୍ୟାଳୟକୁ ଭାଙ୍ଗିବାକୁ ଯାଉଛି। ତାଙ୍କ ବ୍ୟକ୍ତିଗତ ସଂପତ୍ତିକୁ ବିଏମ୍ସି ଭାଙ୍ଗିଥିବା କଙ୍ଗନା ଟ୍ବିଟ୍ରେ ଏକ ଭିଡିଓ ସେୟାର କରି ଅଭିଯୋଗ ଆଣିଛନ୍ତି। ମୁମ୍ବାଇ ତାଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀର ପରି ଲାଗୁଛି ବୋଲି କଙ୍ଗନା ମତ ରଖିବାର କିଛି ଦିନ ପରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି।
ତାଙ୍କ ନବନିର୍ମିତ ଅଫିସ୍ର ଏକ ଭିଡିଓ ସହିତ କଙ୍ଗନା ଟ୍ୱିଟରରେ ହିନ୍ଦୀରେ ଲେଖିଛନ୍ତି, “ଏହା ହେଉଛି ମୁମ୍ବାଇର ମଣିକର୍ଣ୍ଣିକା ଫିଲ୍ମସ ଅଫିସ୍। ଏହାକୁ ହାସଲ କରିବା ପାଇଁ ମୋତେ ୧୫ ବର୍ଷର କଠିନ ପରିଶ୍ରମ କରିବାକୁ ପଡ଼ିଲା। ଯଦି ମୋତେ ଚଳଚ୍ଚିତ୍ର ନିର୍ମାତା ହେବାର ସୁଯୋଗ ମିଳେ ତେବେ ମୁଁ ନିଜେ ଏକ ଅଫିସ୍ କରିବି ବୋଲି ସ୍ବପ୍ନ ଦେଖିଥିଲି। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ମୋର ସ୍ୱପ୍ନ ଧ୍ୱଂସ ହେବାକୁ ଯାଉଛି। ଆଜି ବିଏମସିର କିଛି ଅଧିକାରୀ ଆସି ଦେଖି ଯାଇଛନ୍ତି।’
ये मुंबई में मणिकर्णिका फ़िल्म्ज़ का ऑफ़िस है, जिसे मैंने पंद्रह साल मेहनत कर के कमाया है, मेरा ज़िंदगी में एक ही सपना था मैं जब भी फ़िल्म निर्माता बनूँ मेरा अपना खुद का ऑफ़िस हो, मगर लगता है ये सपना टूटने का वक़्त आ गया है, आज वहाँ अचानक @mybmc के कुछ लोग आए हैं 🙂 pic.twitter.com/C7zGe8ZyGe
— Kangana Ranaut (@KanganaTeam) September 7, 2020
ସେ ଆହୁରି ବି ଲେଖିଛନ୍ତି ଯେ ‘ସେମାନେ ମୋ କାର୍ଯ୍ୟାଳୟକୁ ଜବରଦଖଲ କରି ସବୁକିଛି ମାପିବା ସହ ମୋର ପଡ଼ୋଶୀମାନଙ୍କୁ ହଇରାଣ କରିଛନ୍ତି। ବିଏମ୍ସି ଅଧିକାରୀମାନେ ପାଟି କରି କହିଛନ୍ତି କି ‘ସେ ମ୍ୟାଡ୍ମଙ୍କ କଲା କର୍ମର ଫଳ ଏବେ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ’।’ କଙ୍ଗନାଙ୍କ କହିବା ମୁତାବକ ସମ୍ପତ୍ତିର ସମସ୍ତ କାଗଜପତ୍ର ତାଙ୍କ ନିକଟରେ ଅଛି।
ଉଲ୍ଲେଖଯୋଗ୍ୟ, କଙ୍ଗନା ସୋମବାର ମୁମ୍ବାଇ ଫେରିଥିବା ବେଳେ ତାଙ୍କୁ ୱାଇ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି। ସେ ବର୍ତ୍ତମାନ ମନାଲିରେ ଅଛନ୍ତି। ଅଭିନେତ୍ରୀ କଙ୍ଗନା ଟ୍ୱିଟରରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି।