ରିତିକ୍‌ଙ୍କୁ ନେଇ କଙ୍ଗନାଙ୍କ ମଜାଦାର ଜବାବ; ଯଦି କେବେ ରିତିକ୍‌ ହୋଇ ଉଠେ, ତେବେ କଙ୍ଗନାଙ୍କୁ ଫୋନ୍‌ କରି ଏହି କଥା କହିବି

ମୁମ୍ବାଇ : ନିଜ ଅଭିନୟ ଏବଂ ବଛା ବଛା କାହାଣୀକୁ ନେଇ ଫିଲ୍ମ କରିବାର କଳା ପାଇଁ ଆଜି ବଲିଉଡ୍‌ରେ ରାଜ୍‌ କରୁଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ । ତାଙ୍କୁ ଏବେ ବଲିଉଡ୍‌ରେ କୁଇନ୍‌ର ଆଖ୍ୟା ଦିଆଯାଇଥିବା ବେଳେ କୌଣସି ଗଡ୍‌ଫାଦର ନଥାଇ ମଧ୍ୟ ସେ ବଲିଉଡ୍‌ରେ ନିଜର ସ୍ଥାନ ସୁଦୃଢ଼ କରି ପାରିଛନ୍ତି । ତେବେ ନିଜ ଅଭିନୟ ପାଇଁ ସେ ଯେତିକି ଚର୍ଚ୍ଚାରେ ରହିଛନ୍ତି ତା’ଠାରୁ ଅଧିକ ନିଜ ବ୍ୟକ୍ତିଗତ ଜୀବନ ପାଇଁ ସେ ବିବାଦରେ ଛନ୍ଦି ହୋଇଛନ୍ତି । କିଛି ବର୍ଷ ତଳେ ଅଭିନେତା ରିତିକ୍‌ଙ୍କ ସହ ତାଙ୍କ ପ୍ରେମ ସଂପର୍କକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା । କିନ୍ତୁ ରିତିକ୍‌ ଏହି ସଂପର୍କକୁ ମାନିବାକୁ ମନା କରି ଦେବା ସହ କଙ୍ଗନାଙ୍କ ଉପରେ ମିଛ କହୁଥିବାର ଆରୋପ ଲଗାଇଥିଲେ । ସେ ବିବାଦକୁ କିଛି ବର୍ଷ ବିତି ଯାଇଥିବା ବେଳେ ଏବେ ପୁଣି ରିତିକ୍‌ଙ୍କୁ ନେଇ ନିଜର ମନ କଥା କହିଛନ୍ତି କଙ୍ଗନା ।

कभी ऋतिक रोशन बनकर उठी तो कंगना को फोन कर कहूंगी- सॉरी
aajtak.intoday.in

ଇଣ୍ଡିଆ ଟୁଡେ ମାଇଣ୍ଡରକ୍ସ ୨୦୧୯ରେ ଯୋଗ ଦେଇଥିବା ବେଳେ କଙ୍ଗନାଙ୍କୁ ରିତିକ୍‌ଙ୍କ ସହ ଜଡ଼ିତ ଏକ ପ୍ରଶ୍ନ କରାଯାଇଥିଲା । ଯଦି ଗୋଟେ ଦିନ ଆପଣ ରିତିକ୍‌ ରୋଶନ ହୋଇ ଉଠନ୍ତି, ତେବେ କ’ଣ କରିବେ? ଏହି ପ୍ରଶ୍ନ ଶୁଣି କିଛି ସମୟ ଚୁପ୍‌ ରହିବା ପରେ କଙ୍ଗନା କହିଥିଲେ, ରିତିକ୍‌ ହୋଇ ଉଠିଲେ ମୁଁ କଙ୍ଗନାଙ୍କୁ ଫୋନ କରି, ମୁଁ ତୁମ ସହ ଯାହା କରିଛି ଭୁଲ କରିଛି । ମୋତେ କ୍ଷମା କରିଦେବ ବୋଲି କହିବି । ତାଙ୍କର ଏଭଳି ଜବାବ ଉପସ୍ଥିତ ଲୋକଙ୍କ ହସାଇଥିଲା ।

ସମ୍ବନ୍ଧିତ ଖବର