ମୁମ୍ବାଇ: ଟ୍ୱିଟର ପରେ ଏବେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିପାରେ ଇନଷ୍ଟାଗ୍ରାମ | ଏଭଳି ଆଶଙ୍କା କରୁଛନ୍ତି ନିଜେ କଙ୍ଗନା | କରୋନା ଆକ୍ରାନ୍ତ ଥିବା ନେଇ ସେ କରିଥିବା ପୋଷ୍ଟ ହଟାଯିବା ପରେ ଏବେ କଙ୍ଗନା ଏଭଳି ଆଶଙ୍କା କରୁଛନ୍ତି | ଏନେଇ ସେ ନିଜ ଇନଷ୍ଟାଗ୍ରାମ ଷ୍ଟାଟସରେ ଲେଖିଛନ୍ତି | ସେ ଦାବି କରିଛନ୍ତି ଯେ, କରୋନା ଆକ୍ରାନ୍ତ ହେବା ନେଇ ସେ କରିଥିବା ପୋଷ୍ଟ ହଟାଯିବା ସହ ଏହି ସୂଚନା କୋଭିଡ ଫ୍ୟାନ କ୍ଲବ ଦ୍ୱାରା ଦିଆଯିବା ଉଚିତ ବୋଲି ତାଙ୍କୁ କୁହାଯାଇଛି |
hindustantimes.comକଙ୍ଗନା ସମାଲୋଚନା କରି ଲେଖିଛନ୍ତି ଯେ, ଇନଷ୍ଟାଗ୍ରାମ ମୋର ପୋଷ୍ଟକୁ ହଟାଇଦେଇଛି, ଯେଉଁଥିରେ ମୁଁ କୋଭିଡକୁ ଭାଙ୍ଗିଦେବାକୁ ଧମକ ଦେଇଥିଲି କାରଣ କେତେକ ଆହତ ହୋଇଥିଲେ। ମାନେ ଆତଙ୍କବାଦୀ ଏବଂ କମ୍ୟୁନିଷ୍ଟ ସହୃଦୟ ବ୍ୟକ୍ତି ଶୁଣି ଥିଲି ଟୁଇଟରରେ କିନ୍ତୁ କୋଭିଡ୍ ଫ୍ୟାନ୍ କ୍ଲବ୍, ଚମତ୍କାର | ଇନଷ୍ଟାକୁ ଆସିବାର ଦୁଇଦିନ ହୋଇନି, କିନ୍ତୁ ଲାଗୁନି ଏଠାରେ ୧ସପ୍ତାହରୁ ଅଧିକ ଦିନ ରହି ହେବ | କଙ୍ଗନାଙ୍କ ଏଭଳି ଷ୍ଟାଟସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/t-53.jpg)