ମୁମ୍ବାଇ: ସାଂସଦ ହେବା ପରେ ମୁମ୍ବାଇରେ ଥିବା ଘର ବିକିବେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାନାୱତ୍ । ଏକ ୟୁଟ୍ୟୁବ ଭିଡିଓ ଭାଇରାଲ ହେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ନିର୍ବାଚନ ଜିତି ସାଂସଦ ହେବା ପରେ କଙ୍ଗନା ଅଧିକାଂଶ ସମୟ ଦିଲ୍ଲୀ ଓ ହିମାଚଳରେ ରହୁଛନ୍ତି। ଏହି କାରଣରୁ ସେ ମୁମ୍ବାଇର ପାଲି ହିଲରେ ଥିବା ନିଜ ଘରକୁ ବିକିବାକୁ ଯୋଜନା କରୁଛନ୍ତି। ଏହି ଘରେ ସେ ନିଜ ପ୍ରଯୋଜନା ସଂସ୍ଥା ଚଳାଉଥିଲେ। ହେଲେ ଫିଲ୍ମ ଫ୍ଲପ ହେବା ସହ ଅଭିନେତ୍ରୀ ରାଜନୀତିରେ ପ୍ରବେଶ କରିଥିବାରୁ ଏବେ ‌ସେ ୪୦କୋଟିରେ ନିଜ ଘର ବିକିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ ଅନୁଯାୟୀ, ୟୁଟ୍ୟୁବ ପେଜ୍ କୋଡ୍ ଇଷ୍ଟେଟରେ ଏକ ଭିଡିଓ ସେୟାର କରାଯାଇଛି। ଭିଡିଓରେ ଏକ ପ୍ରଯୋଜନା ସଂସ୍ଥା ଥିବା ଘର ବିକ୍ରି ପାଇଁ ବିଜ୍ଞାପନ ଦିଆଯାଇଛି। ଘରର ମାଲିକ କିଏ ଏବଂ ପ୍ରଯୋଜନା ସଂସ୍ଥାର ନାମ କ’ଣ ତାହା ସାମ୍ନାକୁ ଆସିନାହିଁ। ହେଲେ ଭିଡିଓରେ ବ୍ୟବହାର କରାଯାଇଥିବା ଫଟୋକୁ ଦେଖି ପ୍ରଯୋଜନା ସଂସ୍ଥାଟି କଙ୍ଗନାଙ୍କର ବୋଲି ଲୋକେ ଦାବି କରିଛନ୍ତି। ହେଲେ ଏପର୍ଯ୍ୟନ୍ତ କଙ୍ଗନା ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।