ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନାଙ୍କ ବାର୍ଷିକ ଆୟ ବିଷୟରେ ଲେଖିଥିଲା ଫୋର୍ବସ୍ ପତ୍ରିକା। ହେଲେ ଏହାକୁ ବିରୋଧ କରିଥିଲେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ। ସେ କହିଥିଲେ, କଙ୍ଗନାଙ୍କ ଆୟ ବିଷୟରେ କେବଳ ମୁଁ ଜଣେ। ଏ ବିଷୟରେ କଙ୍ଗନା ମଧ୍ୟ ଜାଣନ୍ତି ନାହିଁ। ତେବେ ଫୋର୍ବସକୁ ଏ ନେଇ କେମିତି ସୂଚନା ମିଳିଲା ବୋଲି ପ୍ରଶ୍ନ କରିଥିଲେ ରଙ୍ଗୋଲି। ଏବେ ସେ ଘଟଣାକୁ ନେଇ କଙ୍ଗନା ଫୋର୍ବସକୁ ନୋଟିସ୍ ଜାରି କରିଛନ୍ତି। ରଙ୍ଗୋଲି ଜାରି କରାଯାଇଥିବା ନୋଟିସର ଫଟୋ ଟୁଇଟ୍ କରିବା ପରେ ଖବରଟି ସାମ୍ନାକୁ ଆସିଛି।
ଏହାର କ୍ୟାପସନରେ ଲେଖାଯାଇଛି କି, ଫୋର୍ବସ୍ ଆମର ଆଇନ ବିଶେଷଜ୍ଞ ଦଳ ତୁମକୁ ଏକ ନୋଟିସ୍ ପଠାଇଥିଲେ, ଯାହାର ଉତ୍ତର ଆପଣମାନେ ଏ ପର୍ଯ୍ୟନ୍ତ ରଖି ନାହାନ୍ତି। ଦୟାକରି ଆମକୁ କୁହନ୍ତୁ, କେଉଁଠାରୁ ଆପଣଙ୍କୁ କଙ୍ଗନାଙ୍କ ଆୟ ବିଷୟରେ ସୂଚନା ମିଳିଲା। ଦୟାକରି ତୁରନ୍ତ ଜବାବ ରଖନ୍ତୁ। ନଚେତ ଏହାର ପରିଣାମ ଭୋଗିବାକୁ ପଡ଼ିବ। ରଙ୍ଗୋଲିଙ୍କ ଟୁଇଟ୍ ପରେ କଙ୍ଗନା ଫୋର୍ବସକୁ ନୋଟିସ୍ ଜାରି କରିଥିବା ଖବର ସ୍ପଷ୍ଟ ହୋଇଛି।
Dear @forbes_india our legal team has sent this notice to you, we haven’t received a reply yet, please tell us what are your sources and how come you claim to know Kangana’s income and financial worth, please reply fast or face the consequences 🙏 pic.twitter.com/7XttYh9lSJ
— Rangoli Chandel (@Rangoli_A) December 29, 2019
ତେବେ ଫୋର୍ବସ ଜାରି କରିଥିବା ସୂଚୀରେ ବିରାଟ କୋହଲି ନମ୍ବର ୧ରେ ଥିବା ବେଳେ ଦ୍ବିତୀୟ ନମ୍ବରରେ ଥିଲେ ଅଭିନେତା ଅକ୍ଷୟ କୁମାର। କଙ୍ଗନାକୁ ଏହି ସୂଚୀରେ ୭୦ନମ୍ବରରେ ରଖାଯାଇଥିବା ଦେଖି ମୁହଁ ଖୋଲିଥିଲେ ଭଉଣୀ ରଙ୍ଗୋଲି।