ରାକ୍ଷସକୁ ନିଜ ଜୀବନର ହିରୋ ଭାବି ଭୁଲ କରିଦେଲେ ଶ୍ରଦ୍ଧା; ଭାବବିହ୍ବଳ ହୋଇ ଏଭଳି ଷ୍ଟୋରୀ ସେୟାର କଲେ କଙ୍ଗନା

ମୁମ୍ବାଇ: ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟା ମାମଲା ସମଗ୍ର ଦେଶକୁ ଦେହଲାଇ ଦେଇଛି। ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ଜଣେ ପ୍ରେମିକ ଏଭଳି କେ‌ମିତି କରିପାରିବ? ଏହି ହତ୍ୟାକାଣ୍ଡକୁ ନେଇ ପ୍ରତିଦିନ ଭିନ୍ନ ଭିନ୍ନ ତଥ୍ୟା ସାମ୍ନାକୁ ଆସୁଥିବା ବେଳେ ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ଏବେ ନିଜର ମତ ରଖୁଥିବା ଦେଖାଯାଇଛି। ଏ ମଧ୍ୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଶ୍ରଦ୍ଧା ୱାକର ହତ୍ୟା ମାମଲାକୁ ନେଇ ନିଜର ଭାବନା ପ୍ରକାଶ କରିଛନ୍ତି। ୨୦୨୦ରେ ଶ୍ରଦ୍ଧା ପୁଲିସକୁ ଲେଖିଥିବା ଚିଠିକୁ ଇନଷ୍ଟା ଷ୍ଟୋରୀରେ ସେୟାର କରି ଅଭିନେତ୍ରୀ ଏକ ଭାବବିହ୍ବଳ କଲା ଭଳି ପୋଷ୍ଟ ସେୟାର କରିଛନ୍ତି।

ଇନଷ୍ଟା ଷ୍ଟୋରୀରେ ଶ୍ରଦ୍ଧା ଲେଖିଥିବା ଚିଠିକୁ ସେୟାର କରି କଙ୍ଗନା ଲେଖିଛନ୍ତି, “୨୦୨୦ମସିହାରେ ଶ୍ରଦ୍ଧା ପୁଲିସକୁ ଚିଠି ଲେଖି ସାହାଯ୍ୟ ମାଗିଥିଲେ। ସେ ଚିଠିରେ ଲେଖିଥିଲେ ଯେ, ପ୍ରେମିକ ଅଫତାବ ତାଙ୍କୁ ସବୁବେଳେ ଡରାଉ ଥିଲେ। କେବଳ ଏତିକି ନୁହେଁ ସେ ତାଙ୍କୁ ଖଣ୍ଡ ଖଣ୍ଡ କରିଦେବାକୁ ଧମକ ଦେବା ସହ ତାଙ୍କୁ ବ୍ଲାକମେଲ କରୁଥିଲେ। ଏତେ ସବୁ ପରେ ବି ଅଫତାବ କିଭଳି ଶ୍ରଦ୍ଧାଙ୍କୁ ରାଜି କରାଇ ଦିଲ୍ଲୀ ଆଣିଲେ ମୁଁ ଭାବୁଛି। ଆମେ ସମସ୍ତେ ଜାଣୁ ଯେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅଫତାବ ଏଭଳି କରିଥିଲା। ସେ ଦୁର୍ବଳ ନଥିଲେ। ସେ ଏକ ଏଭଳି ଝିଅ ଥିଲେ, ଯିଏ ଏହି ଦୁନିଆରେ ବଞ୍ଚିବା ପାଇଁ ଜନ୍ମ ହୋଇଥିଲେ। କିନ୍ତୁ, ଦୁର୍ଭାଗ୍ୟବଶତଃ ତାଙ୍କ ଭିତରେ ଜଣେ ମହିଳାଙ୍କ ହୃଦୟ ଥିଲା, ଯାହାର ପ୍ରାକୃତିକ ପ୍ରବୃତ୍ତି ହେଉଛି ଅନ୍ୟକୁ ସୁରକ୍ଷା ଦେବା ଏବଂ କ୍ଷମା କରିବା। ଆମ ପୃଥିବୀ ପରି ଜଣେ ମହିଳା ସବୁ ସହିଯାଏ। ଅନ୍ୟକୁ ଦ୍ବିତୀୟ ସୁଯୋଗ ‌ଦିଏ”।

amarujala

ସେ ଆହୁରି ଲେଖିଛନ୍ତି ଯେ, “ଶ୍ରଦ୍ଧା ଜଣେ ଦେବୀ ଥିଲେ, ଯାହାଙ୍କ ପାଖରେ କଷ୍ଟ ସହିବାର ଶକ୍ତି ଥିଲା। ସେ ଆଦୌ ଦୁର୍ବଳ ନଥିଲେ, ସେ ଏକ ଏମିତି ଝିଅ ଥିଲେ, ଯିଏ ପରୀର କାହାଣୀରେ ବିଶ୍ବାସ କରୁଥିଲେ। ସେ ନିଜ କାହାଣୀରେ ହିରୋ ଭିତରେ ଥିବା ରାକ୍ଷସ ସହିତ ଲଢ଼ିବାକୁ ଚେଷ୍ଟା କରୁଥିଲେ। ଆମେ ସମସ୍ତେ ଜାଣୁ ଯେ ପ୍ରେମ ଆମକୁ ଭାବବିହ୍ବଳ କରିଦିଏ। ଶ୍ରଦ୍ଧା ହିରୋ ଭିତରେ ଥିବା ରାକ୍ଷସକୁ ମାରିବା ପାଇଁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ହିରୋ ଚାହୁଁଥିଲା ଯେ ରାକ୍ଷସ ଜିତୁ ଏବଂ ତାହା ହିଁ ଘଟିଲା”।

ସମ୍ବନ୍ଧିତ ଖବର