ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ କଙ୍ଗନାଙ୍କ ପ୍ରତିକ୍ରିୟା : ଯିଏ ଏହି ଦେଶକୁ ଆଖି ଉଠାଇ ଦେଖିବ, ତା’ର ଆଖି କାଢ଼ି ନିଆଯିବ

ମୁମ୍ବାଇ : ମଙ୍ଗଳବାର ଭୋର ୩.୩୦ମିନିଟ୍‌ ସମୟରେ ଭାରତ ପାକିସ୍ତାନଠାରୁ ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେଇଛି । ଏହି ଆକ୍ରମଣରେ ୧୨ଟି ମିରେଜ୍‌ ୨୦୦୦ଲଢ଼ୁଆ ବିମାନ ବ୍ୟବହାର କରାଯାଇଥିବା ବେଳେ ଜୈସ୍‌-ଏ-ମହମ୍ମଦର କ୍ୟାମ୍ପ ଉପରେ ୧୦୦୦କିଲୋ ଓଜନର ବମ୍‌ ପକା ଯାଇଥିଲା । ଆକ୍ରମଣ ପରେ ପାକିସ୍ତାନର ପ୍ରାୟ ୩୦୦ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଖବର ପ୍ରସାରଣ ହେବା ପରେ ଭାରତବାସୀଙ୍କ ମନରେ ଉଠିଥିବା ପ୍ରତିଶୋଧର ନିଆଁ ଏବେ ଲିଭିିବା ସହ ସେମାନଙ୍କ ମନକୁ ଶାନ୍ତି ମିଳିିଛି । କଳାକାରମାନଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବାୟୁସେନାର ଏଭଳି ପରାକ୍ରମକୁ ପ୍ରଶଂସା କରିବାରେ ଲାଗିଛନ୍ତି ।

Mirchi9.com

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ମଧ୍ୟ ଏକ ସାକ୍ଷାତକାରରେ  ଭାରତୀୟ ବାୟୁସେନାକୁ ପ୍ରଶଂସା କରିବା ସହ, “ମୁଁ ଭାରତୀୟ ବାୟୁସେନାକୁ ସଲାମ୍‌ କରୁଛି, ଯିଏ ପ୍ରକୃତ ହିରୋ ଭାବରେ ଏୟାର ଷ୍ଟ୍ରାଇକ୍‌ କରିଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀ ମୋଦି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ତାଙ୍କୁ ଧନ୍ୟବାଦ୍‌ ଜଣାଉଛି । ଆତଙ୍କବାଦୀଙ୍କ ବିରୋଧରେ ଆମର ଲଢ଼େଇ ଆରମ୍ଭ ହୋଇ ସାରିଛି । ଯାହାଦ୍ୱାରା ଶତ୍ରୁକୁ ସ୍ପଷ୍ଟ ସନ୍ଦେଶ ମିଳିଛି କି, ଯିଏ ବି ଏହି ଦେଶକୁ ଖରାପ ନଜରରେ ଦେଖିବ, ତା’ର ଆଖି କାଢ଼ି ନିଆଯିବ” ବୋଲି କହିଛନ୍ତି କଙ୍ଗନା ।

ସମ୍ବନ୍ଧିତ ଖବର