ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ କଙ୍ଗନା ରଣାୱତଙ୍କୁ ସମନ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମୁମ୍ବାଇ ପୁଲିସ ପଚରାଉଚରା କରିବ। ଯଦିଓ ପୁଲିସ କଙ୍ଗନାଙ୍କୁ ସମନ କରିଛି, କିନ୍ତୁ କଙ୍ଗନା ସଂପ୍ରତି ହିମାଚଳପ୍ରଦେଶରେ ଥିବାରୁ ପୁଲିସ୍‌ ଷ୍ଟେସନ୍‌ ଆସିବା ସମ୍ଭବ ହୋଇନପାରେ। ତେବେ ପୁଲିସ୍‌ର ଏକ ଟିମ୍‌ ହିମାଚଳ ପ୍ରଦେଶ ଯାତ୍ରା କରିପାରେ ନଚେତ୍‌ ଭିଡିଓ କନଫରେନ୍ସିଂରେ ତାଙ୍କ ମତ ସଂଗ୍ରହ କରିପାରେ ବୋଲି କଙ୍ଗନାଙ୍କ ଓକିଲ କହିଛନ୍ତି। ଜୁନ୍‌ ୧୪ ତାରିଖରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁର ଦିନକ ପରେ କଙ୍ଗନା ୨ମିନିଟ୍‌ର ଏକ ଭିଡିଓ ଜାରି କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଥିବା ସ୍ବଜନତୋଷଣ ବା ନେପୋଟିଜିମ୍‌ ଯୋଗୁଁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର