ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମାରଜେନ୍ସି' ସେପ୍ଟେମ୍ବର୬ରେ ରିଲିଜ ହେବାର ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ରିଲିଜର ୫ଦିନ ପୂର୍ବରୁ ଏହାକୁ ଅଟକାଇ ଦିଆଯାଇଛି। ରିଲିଜ ପାଇଁ 'ଏମାରଜେନ୍ସି'କୁ କୌଣସି ପ୍ରକାର ସାର୍ଟିଫିକେଟ ମିଳିନାହିଁ।

Advertisment

‘ଏମାରଜେନ୍ସି’ ବିବାଦର ସାମ୍ନା କରୁଥିବା ବେଳେ କଙ୍ଗନା ରାଣାୱତ ଏକ ନୂଆ ପ୍ରୋଜେକ୍ଟ ସାଇନ କରିଛନ୍ତି। କଙ୍ଗନା ଏବେ ଏକ ନୂଆ ସିନେମାରେ କାମ କରିବାକୁ ଯାଉଛନ୍ତି ଯାହାର ଶୀର୍ଷକ ‘ଭାରତ ଭାଗ୍ୟ ବିଧାତା’ ରହିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ‘ଭାରତ ଭାଗ୍ୟ ବିଧାତା’ରେ କଙ୍ଗନା ମୁଖ୍ୟ ଭୂମିକାରରେ ନଜର ଆସିବେ। ଏହି ସିନେମାରେ ସାଧାରଣ ଲୋକ ଓ ସେମାନଙ୍କ ଅସାଧାରଣ ଉପଲବ୍ଧିର ପ୍ରେରଣାଦାୟକ କାହାଣୀ ଦେଖିବାକୁ ମିଳିବ।  ସିନେମାର ଲେଖକ ଓ ନିର୍ଦ୍ଦେଶକ ମନୋଜ ତପାଡ଼ିଆ ‘ଚିନି କମ’, ‘ମଦ୍ରାସ କେଫେ’ ଭଳି ସିନେମା ପାଇଁ ଗୀତ ଲେଖିଥିଲେ।

କଙ୍ଗନାଙ୍କ ଅଭିନୀତ ‘ଏମାରଜେନ୍ସି’ର ଟ୍ରେଲର ଅଗଷ୍ଟ ୧୪ ତାରିଖରେ ରିଲିଜ ହୋଇଥିଲା। ଏହାପରେ ଶିଖ ସଙ୍ଗଠନ କଙ୍ଗନାଙ୍କ ସିନେମା ‘ଏମାରଜେନ୍ସି’ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଉଛି। ସିନେମାରେ ଶିଖ ସମ୍ପ୍ରଦାୟର ଭୁଲ ଛବି ଦେଖାଯାଉଛି ବୋଲି ଅଭିଯୋଗ କରିଥିଲେ। ସିନେମାର ଟ୍ରେଲର ଆସିବା ପରେ ପଞ୍ଜାବରେ ସିନେମାକୁ ନେଇ ବିରୋଧ ପ୍ରଦର୍ଶନ କରାଯିବା ସହିତ ବ୍ୟାନ କରିବାକୁ ଦାବି କରାଯାଇଛି। 

ସିନେମାର ରିଲିଜ ତାରିଖ ୨୦୨୩ ଅକ୍ଟୋବର ଓ ନଭେମ୍ବର ଭିତରେ ରଖାଯାଇଥିଲା। ଏହାରି ଭିତରେ ରିଲିଜ ତାରିଖ ସ୍ଥିର ହୋଇ ନପାରିବାରୁ ୨୦୨୪ ଜୁନ ୧୪ରେ ରିଲିଜ ପାଇଁ ସିଡ୍ୟୁଲ ହୋଇଥିଲା। କିନ୍ତୁ ଲୋକସଭା ନିର୍ବାଚନ ପାଇଁ ସିନେମାର ରିଲିଜ ତାରିଖକୁ ଘୁଞ୍ଚା ଯାଇ ଅଗଷ୍ଟ ୬ ତାରିଖ ସ୍ଥିର ହୋଇଥିଲା। ସ୍ଥିର ହୋଇଥିବା ଏହି ତାରିଖରେ ବି ‘ଏମାରଜେନ୍ସି’ ରିଲିଜ ହୋଇପାରିଲା ନାହିଁ।