କଙ୍ଗନା ରଣାୱତ ଏକ ସାକ୍ଷାତକାରରେ ତାପସୀ ପନ୍ନୁ, ରିଚା ଚଢା ଓ ସ୍ବରା ଭାସ୍କରଙ୍କୁ ବି-ଗେଡ୍ ଅଭିନେତ୍ରୀ କହିବା ପରେ ସାମାଜିକ ଗଣମାଧ୍ୟମରେ ବିବାଦ ଥମିବାର ନାମ ନେଉନି। ଇ-ଟାଇମ୍ସ୍କୁ ସ୍ବରା ସାକ୍ଷାତକାର ଦେଇ କହିଛନ୍ତି, ଯେତେବେଳେ ତୁମେ ତୁମ ସହକର୍ମୀମାନଙ୍କୁ ବି-ଗ୍ରେଡ୍, ଚାଟୁକାର ଓ ନିଡି-ଆଉଟ୍ସାଇଡ୍ର୍ ଆଦି ଶବ୍ଦରେ ସମ୍ବୋଧନ କରିବ, ତୁମ କହିବାକୁ ଯାଉଥିବା ମୂଳ ବିଷୟବସ୍ତୁରୁ ଧ୍ୟାନ ହଟିଯିବ। ଯଦି କଙ୍ଗନା ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଚାହୁଛନ୍ତି, ତେବେ ସିଧା ଲଢ଼ନ୍ତୁ। ଅନ୍ୟକୁ ଉପହାସ କରିବା ଦ୍ବାରା ଲଢ଼େଇର ଗୁରୁତ୍ବ କମିଯାଏ। ନିଜ ସରଳ, ଭଦ୍ର ଓ ପରିପକ୍ବ ଉତ୍ତର ପାଇଁ ଜଣାଶୁଣା ସ୍ବରା ଏହି ସାକ୍ଷାତକାରରେ କଙ୍ଗନାଙ୍କୁ ଜଣେ ଅତ୍ୟନ୍ତ ଦକ୍ଷ ଅଭିନେତ୍ରୀ ଭାବେ ଅଭିହିତ କରିବା ସହ ଆଗକୁ ଭଲ କାହାଣୀ ଓ ଚରିତ୍ର ମିଳିଲେ, ତାଙ୍କ ସହ କାମ କରିବା ଜାରି ରଖିବେ ବୋଲି କହିଛନ୍ତି। ଏଥିସହ ବଲିଉଡ୍ରେ ସ୍ବଜନତୋଷଣ ରହିଛି ଓ ସମସ୍ତ ଆଉଟ୍ସାଇଡର୍ଙ୍କର ଏନେଇ କିଛି କିଛି କାହାଣୀ ରହିଛି ବୋଲି ସେ କହିଛନ୍ତି। କିନ୍ତୁ ଆମେ ଏ କଥାକୁ ଉପସ୍ଥାପନା ଶୈଳୀ ନିଆରା, ଭଦ୍ର ଓ ନମ୍ର ହେବା ଉଚିତ ବୋଲି ସେ କହିଛନ୍ତି।
ଅନ୍ୟକୁ ଉପହାସ ନ କରି ସୁଶାନ୍ତଙ୍କ ପାଇଁ କଙ୍ଗନା ସିଧା ଲଢ଼ନ୍ତୁ
/sambad/media/post_attachments/wp-content/uploads/2020/07/kangana-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)