ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ରାଜନେତା କଙ୍ଗନା ରାଣାୱତ ତାଙ୍କର ଆଗାମୀ ଚଳଚ୍ଚିତ୍ର ଏମାରଜେନ୍ସି ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।
ନିକଟରେ କଙ୍ଗନା ଦେଇଥିବା ଏକ ସାକ୍ଷାତକାରରେ ନିଜ ବିବାହ ଯୋଜନା ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଛନ୍ତି। ଅଭିନେତ୍ରୀଙ୍କୁ ଯେତେବେଳେ ପଚରାଗଲା କି ତୁମେ ବିବାହ କରିବାକୁ ଚାହୁଁଛ କି?
ଏହାର ଉତ୍ତର ଦେଇ ଅଭିନେତ୍ରୀ କହିଥିଲେ, ହଁ, କାହିଁକି ନୁହେଁ। ସମସ୍ତେ ଏହା ଚାହାଁନ୍ତି ଏବଂ ମୁଁ ମଧ୍ୟ ଏହା ବିଷୟରେ ଚିନ୍ତା କରେ। ମୋର ବିଶ୍ୱାସ ଯେ ସମସ୍ତଙ୍କର ସାଥୀ ରହିବା ଉଚିତ୍। ଜୀବନସାଥୀ ବିନା ବଞ୍ଚିବା ସହଜ ନୁହେଁ। ସମୟସମୟରେ ଏମିତି କିଛି ପରିସ୍ଥିତି ଆସିଥାଏ। ଯେଉଁ ସମୟରେ ଜୀବନସାଥୀଙ୍କ ସହ ରହିବା କଷ୍ଟକର ହୋଇଥାଏ କିନ୍ତୁ ଜୀବନ୍ତ ସାଥୀ ବିନା ରହିବା ତା’ ଠାରୁ ଅଧିକ କଷ୍ଟସାଧ୍ୟ । ଏଯାବତ ମୁଁ ବିବାହ କରି ନଥିବାରୁ ପରିବାରଲୋକ ଖୁବ ବ୍ୟସ୍ତରେ ଅଛନ୍ତି। ଯଥାଶୀଘ୍ର ମୁଁ ବିବାହ କରିନିଏ ଏହା ମୋର ପରିବାରଲୋକଙ୍କ ଇଚ୍ଛା। ମୋ ମତରେ ଯେଉଁ ବ୍ୟକ୍ତିଙ୍କୁ ଠିକ ଜୀବନସାଥୀ ମିଳିଯାଏ ତାହା ତାଙ୍କ ଜୀବନର ସବୁଠାରୁ ବଡ଼ ଉପାଧି ହୋଇଇାଏ। କାରଣ ଭଲ ଜୀବନସାଥୀ ଟିଏ ମିଳିଗଲେ ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ ଦୁହେଁ ତାହାକୁ ସା୍ଥୀ ହୋଇ ସାମ୍ନା କରିଥାଆନ୍ତି। ଯଦ୍ବାରା ପାହଡ଼ ଭଳି ସମସ୍ୟା ଥିଲେ ତାହା ତୁଳା ଭଳି ହୋଇ ଯାଇଥାଏ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/0c570a33-6741-44bf-af97-32a5c2a27df2.jpg)