କୌଣସି କାମକୁ ନୁହେଁ ବୋଲି କହୁଥିଲେ ଲୋକେ, ହେଲେ ମୁଁ ତାଙ୍କୁ ଭୁଲ ପ୍ରମାଣିତ କରିଛି: କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ବିବାଦରେ ରହିଥା’ନ୍ତି। ପୂର୍ବରୁ ତାଙ୍କ ବୟାନକୁ ନେଇ ଅନେକ ବିତର୍କ ହୋଇଥିବା ବେଳେ ଏବେ ପୁଣି ଥରେ ସେ ନିଜ ପୁରୁଣା ଦିନ ବିଷୟରେ ଜଣାଇ ଲାଇମଲାଇଟକୁ ଆସିଛନ୍ତି। ଏଥର ସେ ତାଙ୍କ ସଂଘର୍ଷର ଦିନଗୁଡ଼ିକୁ ନେଇ ଲାଇମଲାଇଟରେ ଅଛନ୍ତି।

କଙ୍ଗନା କହିଛନ୍ତି ଯେ, ମଡେଲିଂ କରୁଥିବା ବେଳେ ତାଙ୍କ ଏଜେନ୍ସି ତାଙ୍କୁ ଅପମାନିତ କରିଥିଲା। କଙ୍ଗନା ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ହିମାଚଳ ପ୍ରଦେଶରେ ନିଜ ଘର ଛାଡି ଦିଲ୍ଲୀରେ ମଡେଲିଂ ଆରମ୍ଭ କରିଥିଲେ। ହେଲେ ଏହି ସମୟରେ ତାଙ୍କୁ ଅନେକ ଅପମାନଜନକ କଥା ଶୁଣିବାକୁ ପଡ଼ିଥିଲା।

Kangana Ranaut set for 'Emergency', shares 1975 news clip
siasat

ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଦିଲ୍ଲୀରେ ରାମ୍ପରେ ଚାଲିବାକୁ ହେଲେ ୫ଫୁଟ ୧୧ଇଞ୍ଚ ଉଚ୍ଚତା ରହିବା ଜରୁରୀ। ମୋର ୫ଫୁଟ ୭ଇଞ୍ଚ ଉଚ୍ଚତା ହୋଇଥିବାରୁ ମୋତେ କେବେ ବି ରାମ୍ପରେ ଚାଲିବାର ସୁଯୋଗ ମିଳୁନଥିଲା। ମୁଁ ସବୁବେଳେ ବସି ରହୁଥିଲି। ଏହା ଦେଖି ମୋ ଏଜେନ୍ସି ମୋତେ କହୁଥିଲା ଆଜି ବି ତୁମେ କାମ ପାଇ ନାହଁ। ତୁମେ କ‌ୌଣସି କାମକୁ ନୁହେଁ। ଏହା ପରେ ମୁଁ ଏକ ଶାଢ଼ିର ବିଜ୍ଞାପନ ପାଇଁ ମୁମ୍ବାଇ ଚାଲିଆସିଥିଲି। ଏଠାରେ କାମ କରିବା ପରେ ମୁଁ ଆଉ ଦିଲ୍ଲୀ ଯିବାକୁ ଚାହିନଥିଲି। ମୋ ଏଜେନ୍ସି ମୋ‌ ସହ ଯୋଗାଯୋଗ କରିବାକୁ ଚାହିଥିଲେ ବି ମୁଁ ଦିଲ୍ଲୀ ନଯାଇ ନିଜକୁ ପ୍ରମାଣ କରିବା ପାଇଁ ମୁମ୍ବାଇରେ ରହିଥିଲି ଏବଂ ଫିଲ୍ମ ପାଇଁ ଅଡିସନ ଦେବା ଆରମ୍ଭ କଲି।

ସମ୍ବନ୍ଧିତ ଖବର