ମୁମ୍ବାଇ: ୨୦ମାସ ପରେ ଜାନୁଆରି ୨୪ରେ ଟ୍ବିଟରକୁ ଫେରିଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ମେ’ ୨୦୨୧ରେ ତାଙ୍କର ଟ୍ବିଟର ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ବେଳେ ଗତ ମାସରେ ଏହାକୁ ପୁଣି ଥରେ ସକ୍ରିୟ କରାଯାଇଥିଲା। ଆକାଉଣ୍ଟ ସକ୍ରିୟ ହେବା ପରେ ତୁରନ୍ତ କଙ୍ଗନା ଏକ ଟ୍ବିଟ କରିଥିଲେ। ନିଜର ଆଗାମୀ ଫିଲ୍ମ ‘ଏମରଜେନ୍ସି’ର ସୁଟିଂ ଶେଷ ହେବା ଖବର ଦେଇ ଏହାର ରିଲିଜ୍ ତାରିଖ ଘୋଷଣା କରିଥିଲେ କଙ୍ଗନା। ତେବେ ବିବାଦୀୟ ବୟାନ ପାଇଁ ତାଙ୍କ ଟ୍ବିଟର ଆକାଉଣ୍ଟ ଅଚଳ କରାଯାଇଥିଲେ ବି କଙ୍ଗନା ନିଜ ମନ କଥା ଲେଖିବା ବନ୍ଦ କରିନଥିଲେ। ଇନଷ୍ଟାରେ ସେ ନିଜ ମନ କଥା ସେୟାର କରୁଥିଲେ।
ଏବେ ଟ୍ବିଟର ଆକାଉଣ୍ଟ ସକ୍ରିୟ ହେବା ପରେ ସେ ପୁଣି ଥରେ ନିଜର ପୁରୁଣା ଜୋନକୁ ଫେରିଛନ୍ତି। ପ୍ରତି ପ୍ରସଙ୍ଗରେ ନିଜର ମତ ରଖିବା ସହ ସୋମବାର ସେ ପୁଣି ଥରେ ବଲିଉଡ ମାଫିଆଙ୍କୁ ଟାର୍ଗେଟ କରିଥିବା ଦେଖାଯାଇଛି। ସୂଚନା ମୁତାବକ, କଙ୍ଗନାଙ୍କ ମା’ ଘର ଫାର୍ମରେ କାମ କରୁଥିବାର ଫଟୋ ଦେଖି ଜଣେ ପ୍ରଶଂସକ ତାଙ୍କୁ ପ୍ରଶଂସା କରିଥିଲେ। ଏହାର ଜବାବରେ କଙ୍ଗନା ଲେଖିଥିଲେ, “ଦୟାକରି ମନେରଖନ୍ତୁ ଯେ ମୋ ମା’ ଧନୀ ନୁହଁନ୍ତି। ମୁଁ ରାଜନେତା, ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପରିବାରରୁ ଆସିଛି। ମୋ ମା’ ୨୫ବର୍ଷରୁ ଅଧିକ ସମୟ ଧରି ଶିକ୍ଷକତା କରିଥିଲେ। ତେଣୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବୁଝିବାକୁ ପଡ଼ିବ ଯେ, ମୋର ଏଭଳି ମାନସିକତା କେଉଁଠାରୁ ଆସିଛି ଏବଂ ମୁଁ ସେମାନଙ୍କ ଭଳି କାହା ବିବାହରେ ଯାଇ ନାଚିପାରିବି ନାହିଁ। ”
Please note my mother is not rich because of me, I come from a family of politicians, bureaucrats and businessmen. Mom has been a teacher for more than 25 years, film mafia must understand where my attitude comes from and why I can’t do cheap stuff and dance in weddings like them https://t.co/SH8eUfe8ps
— Kangana Ranaut (@KanganaTeam) February 27, 2023
ଅନ୍ୟ ଏକ ଟ୍ବିଟରେ ସେ ଲେଖିଥିଲେ ଯେ ଭିକାରୀ ଫିଲ୍ମ ମାଫିଆ ମୋ ସଚ୍ଚୋଟ ପଣିଆକୁ ମୋ ଅହଙ୍କାର ବୋଲି କହିଥିଲେ। କାରଣ ମୁଁ ଅନ୍ୟମାନଙ୍କ ଭଳି ଆଇଟମ ଗୀତରେ ନାଚିଲି ନାହିଁ, କାହା ବିବାହରେ ନାଚିଲି ନାହିଁ, ହିରୋମାନଙ୍କ ରୁମକୁ ଯିବାକୁ ମନା କଲି। ଏସବୁ ନକରିବାରୁ ସେମାନେ ମୋତେ ପାଗଳ ବୋଲି ଘୋଷଣା କରିଦେଲେ।
Bhikhari film mafia ne mere attitude to mera arrogance kaha, kyunki main dusari ladkiyon ki tarah giggle karna, item number karna, shaadiyon pe nachna, raat ko bulaaye jaane pe heros ke kamron mein jana yeh sab keliye saaf mana kiya, they declared me mad and tried to jail me1/2
— Kangana Ranaut (@KanganaTeam) February 27, 2023