ମୁମ୍ବାଇ: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ ରିଲିଜର ପରେ ତାହା ପ୍ରମାଣ ହେବାରେ ଲାଗିଛି। ଏମଧ୍ୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଟ୍ବିଟ କରି କ୍ରମାଗତ ଭାବେ ଶାହରୁଖ ଓ ଫିଲ୍ମ ‘ପଠାନ’କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି।
ଶାହରୁଖଙ୍କୁ ବାରମ୍ବାର ଟାର୍ଗେଟ କରୁଥିବା ଦେଖି ତାଙ୍କର ଜଣେ ପ୍ରଶଂସକ କଙ୍ଗନାଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି। ନିମୋ ଯାଦବ ନାମକ ଏକ ଟ୍ବିଟର ଆକାଉଣ୍ଟରୁ ଟ୍ବିଟ କରାଯାଇଛି ଯେ ‘ପଠାନ୍’ର ଦିନକର ଆୟ ତୁମ ସାରାଜୀବନର ରୋଜଗାର ସହ ସମାନ। ଏହି ଟ୍ବିଟର ଜବାବ ଦେଇ କଙ୍ଗନା ଲେଖିଛନ୍ତି, “ନିମୋ ଭାଇ ମୋର କୌଣସି ରୋଜଗାର ବାକି ନାହିଁ। ମୁଁ ମୋ ଘରକୁ, ମୋର ସବୁ ସମ୍ପତ୍ତିକୁ ମୋ ଫିଲ୍ମ ପାଇଁ ବନ୍ଧା ପକାଇ ଦେଇଛି। ଟଙ୍କା ତ ସମସ୍ତେ ଆୟ କରୁଛନ୍ତି, ହେଲେ କିଏ ମୋ ଭଳି ଟଙ୍କା ଉଡ଼ାଇ ପାରିବ କି?
Nimo bhai i don’t have any earnings left, I have put my house my office every single thing that I owned on mortgage just to make a film which will celebrate the constitution of India and our love for this great nation … paise toh sabhi kama lete hain aisa koi hai jo aise udai ?
— Kangana Ranaut (@KanganaTeam) January 27, 2023