କୃଷକମାନେ ଡାକିଥିବା ଭାରତ ବନ୍ଦ୍‌କୁ ନେଇ ଏପରି ଟ୍ବିଟ୍‌ କଲେ ଅଭିନେତ୍ରୀ କଙ୍ଗନା

ମୁମ୍ବାଇ: ସରକାରଙ୍କ ନୂତନ କୃଷି ନୀତିକୁ ବିରୋଧ କରି କୃଷକମାନେ ଦେଶବ୍ୟାପୀ ଆନ୍ଦୋଳନ କରିବା ସହ ମଙ୍ଗଳବାର ଭାରତ ବନ୍ଦ୍‌ ଡାକରା ଦେଇଥିଲେ। ଏହି ଭାରତ ବନ୍ଦ୍‌କୁ ନେଇ ଟ୍ବିଟର୍‌ରେ ଏକ ଟ୍ବିଟ୍‌ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। କଙ୍ଗନା ତାଙ୍କ ଟ୍ବିଟର୍ ପେଜ୍‌ରେ ଆଧ୍ୟାତ୍ମିକ ନେତା ସଦ୍‌ଗୁରୁ ଜାଗି ଭାସୁଦେବଙ୍କ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁ ଭିଡିଓରେ ବନ୍ଦକୁ ବିରୋଧ କରାଯାଇ ସଦ୍‌ଗୁରୁ ନିଜର ଅଭିଭାଷଣ ଦେଉଥିବା ଦେଖିବାକୁ ମିଳିଛି।

କଙ୍ଗନା ତାଙ୍କ ଟ୍ବିଟ୍‌ରେ ଚାଷୀମାନଙ୍କୁ ସମର୍ଥନ କରି ଯାହା ଲେଖିଛନ୍ତି ତାହାର ସାରାଂଶ ହେଉଛି, ‘ଚାଲ ଭାରତକୁ ବନ୍ଦ କରି ଦେବା। ଏମିତିରେ ତ ଆମେ ଯେଉଁ ଡଙ୍ଗାରେ ବସିଛନ୍ତି ସେଥିରେ ତୋଫାନ୍‌ର କମି ନାହିଁ, ଆମେ ଆଉ ଟିକେ କଣା କରିଦେବା। ସବୁ ଆଶା ଏଠି ଧୀରେ ଧୀରେ ମରୁଛି। ଦେଶଭକ୍ତମାନଙ୍କୁ କୁହ ଯେ ନିଜ ପାଇଁ ଦେଶରୁ ଏକ ଖଣ୍ଡ ସେମାନେ ମାଗିନିଅନ୍ତୁ। ରାସ୍ତା ଉପ‌ରକୁ ଚାଲି ଆସ ଓ ତମେ ବି ଧାରଣାରେ ବସ। ଚାଲ ଏହି ପ୍ରସଂଗକୁ ଆଜି, ଏହିଠାରେ ହିଁ ଶେଷ କରିଦେବା।

ଆପଣ ଜାଣିଥିବେ ନିଶ୍ଚୟ ଯେ ଚାଷୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ପୂର୍ବାହ୍ନ ୧୧ଟା ପରେ ଦେଶର ବିଭିନ୍ନ ଅଞ୍ଚଳରେ କୃଷକମାନଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଅବରୋଧ ଜାରି ରହିଛି।

ସମ୍ବନ୍ଧିତ ଖବର