କଙ୍ଗନା ରାଣାଓ୍ଵତ୍‌ଙ୍କୁ ମିଛେଇ ବୋଲି କହି ଅଡ଼ୁଆରେ ଅଭିନେତ୍ରୀ ସୋନମ କପୁର,ଜାଣନ୍ତୁ ପୂରା ଘଟଣା

ମୁମ୍ବାଇ : ଯୌନ ଶୋଷଣର ଅନେକ ମାମଲା ଏବେ ଧୀରେ ଧୀରେ ସାମ୍ନାକୁ ଆସିଥିବା ବେଳେ କିଛି ଦିନ ତଳେ ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାଓ୍ଵତ୍‌ ନିର୍ଦ୍ଦେଶକ ବିକାଶ ବହଲଙ୍କୁ ନେଇ ଏକ ଅଭିଯୋଗ ଆଣିଥିଲେ । ‘କୁଇନ୍‌’ ଫିଲ୍ମର ସୁଟିଂ ସମୟରେ ନିର୍ଦ୍ଦେଶକ ବିକାଶ କଙ୍ଗନାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରୁଥିବାର କହିଥିଲେ କଙ୍ଗନା । କିନ୍ତୁ କଙ୍ଗନାଙ୍କ ଏହି ଅଭିଯୋଗ ପରେ ତାଙ୍କ କଥାକୁ ଥଟ୍ଟା କରିଥିଲେ ସୋନମ । କଙ୍ଗନାଙ୍କ ଅଭିଯୋଗ ବିଷୟରେ ଜାଣି ତାଙ୍କର କୌଣସି କଥାରେ ବିଶ୍ୱାସ କରାଯାଇ ପାରିବ ନାହିଁ ବୋଲି କହିଥିଲେ ଅଭିନେତ୍ରୀ ସୋନମ କପୁର ।

ସୋନମଙ୍କ ଏଭଳି ପ୍ରତିକ୍ରିୟା ବିଷୟରେ ଜାଣି ରାଗି ଯାଇଥିଲେ କଙ୍ଗନା । ମୋ ବୟାନ ଉପରେ ଏଭଳି ମତ ରଖିବା ପାଇଁ ସେ କିଏ? ସେ କେବଳ ନିଜ ବାପାଙ୍କ ପାଇଁ ଏହି ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିଛନ୍ତି ବୋଲି କହିଥିଲେ କଙ୍ଗନା । କଙ୍ଗନାଙ୍କ ଏଭଳି ପ୍ରତିକ୍ରିୟା ଦେଖି ସୋନମ ଗୋଟେ ପାଦ ପଛକୁ ନେବା ସହ କହିଥିବା କଥାକୁ ନେଇ ସଫେଇ ଦେଇଥିଲେ । ମହିଳାମାନଙ୍କୁ ସାଥିରେ ଠିଆ ହେବା ନିହାତି ଆବଶ୍ୟକ । ମୁଁ କହିଥିବା କଥାକୁ ମିଡ଼ିଆ ଭୁଲ ଭାବରେ ଦର୍ଶାଇବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମୁଁ ତୁମକୁ ବହୁତ ଭଲ ପାଏ । ଯେଉଁଠୁ ବି ମୁଁ ଆସିଛି ସେ ନେଇ ମୁଁ ଗର୍ବିତ ବୋଲି ଲେଖିଥିଲେ ସୋନମ । ଅନ୍ୟ ପକ୍ଷରେ,ତାଙ୍କର ଏହି ପୋଷ୍ଟ କଙ୍ଗନାଙ୍କୁ ଜବାବ ଦେବା ପାଇଁ କରାଯାଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର