କଙ୍ଗନା ସୋମବାର ମୁମ୍ବାଇ ଛାଡ଼ି ଦେଇଥିଲେ ବି ସେ ୱାଇ(+) ସୁରକ୍ଷା ବଳୟରେ ରହିପାରନ୍ତି ବୋଲି କହିଛନ୍ତି। ସୁପ୍ରିମ୍କୋର୍ଟର ଜଣେ ଆଇନଜୀବୀ ବ୍ରିଜେଶ କଲପ୍ପା ଟ୍ବିଟର୍ରେ ପ୍ରଶ୍ନ କରିଥିଲେ, ଜଣେ ବ୍ୟକ୍ତିଙ୍କୁ ୱାଇ(+) ସୁରକ୍ଷା ଦେବା ପାଇଁ କେନ୍ଦ୍ର ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାଏ। ଏହି ଟଙ୍କା ସାଧାରଣ ଲୋକଙ୍କ ଟ୍ୟାକ୍ସରୁ ଆସିଥାଏ। ଏବେ କଙ୍ଗନା ନିଜ ରାଜ୍ୟ ହିମାଚଳ ପ୍ରଦେଶରେ, ଏଣୁ ସୁରକ୍ଷିତ ଅଛନ୍ତି। ତେବେ କେନ୍ଦ୍ର ସରକାର ତାଙ୍କ ୱାଇ(+) ସୁରକ୍ଷା ଓହରାଇ ନେଉନାହାନ୍ତି କାହିଁକି? ଏହାର ଉତ୍ତରରେ କଙ୍ଗନା ରିଟ୍ବିଟ୍ କରି କହିଛନ୍ତି, ବ୍ରିଜେଶଜୀ ମୁଁ କିମ୍ବା ଆପଣ କ’ଣ ଭାବୁଛନ୍ତି, ସେ ଅନୁସାରେ ମୋତେ ସୁରକ୍ଷା ପ୍ରଦାନ କରାଯାଇନାହିଁ। ଇଣ୍ଟେଲିଜେନ୍ସ୍ ବ୍ୟୁରୋ (ଆଇବି) ମତେ ଦିଆଯାଇଥିବା ଧମକ ଉପରେ ତଦନ୍ତ କରୁଛି। ତା’ ଆଧାରରେ ମୋର ସୁରକ୍ଷାର ଶ୍ରେଣୀ ନିର୍ଦ୍ଧାରିତ ହୋଇଛି। ଭଗବାନ କରନ୍ତୁ, ଆସନ୍ତା ଦିନରେ ଏହି ସୁରକ୍ଷାବଳୟ ହଟାଇ ଦିଆଯାଉ। ଯଦି ଆଇବିର ତଦନ୍ତ ରିପୋର୍ଟ ଖରାପ ଆସେ, ଏହା ବଳବତ୍ତର ରହିପାରେ କିମ୍ବା ଏହାକୁ ଅଧିକ ବଢ଼ାଇ ଦିଆଯାଇପାରେ।
ସୁପ୍ରିମ୍କୋର୍ଟର ଜଣେ ଆଇନଜୀବୀ ପଚାରିଥିବା ପ୍ରଶ୍ନର ଜବାବ ଦେଲେ କଙ୍ଗନା
/sambad/media/post_attachments/wp-content/uploads/2020/09/kangana-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)