ଡିପ୍ରେସନକୁ ନେଇ ବ୍ୟବସାୟ କରୁଥିବା ଲୋକଙ୍କୁ ଜନତା ବାଟ ଦେଖାଇଛନ୍ତି : କଙ୍ଗନା

ମୁମ୍ବାଇ: ଆଜି ସୁଶାନ୍ତ ସିଂ ରାଜପୁତ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଏବେ ସିବିଆଇ ସୁଶାନ୍ତ ମାମଲାର ତଦନ୍ତ କରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି | ତେବେ ଆରମ୍ଭରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲେ। ବର୍ତ୍ତମାନ ଯେତେବେଳେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି, ସେତେବେଳେ କଙ୍ଗନା ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି | କୋର୍ଟଙ୍କ ରାୟ ପରେ କଙ୍ଗନା ଡିପ୍ରେସନ ବା ଉଦାସୀନତାକୁ ନେଇ ଏକ ଟୁଇଟ୍ କରିଛନ୍ତି। ତେବେ ଏହି ଟ୍ୱିଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି |

ଚର୍ଚ୍ଚା ହେଉଛି ଯେ କଙ୍ଗନା ଦୀପିକା ପାଦୁକନଙ୍କୁ ଟାର୍ଗେଟ କରି ଟ୍ୱିଟ କରିଛନ୍ତି | କଙ୍ଗନା ସୋସିଆଲ ମିଡିଆରେ ଉଦାସୀନତା ଏବଂ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଏକ ଟ୍ୱିଟ କରିଛନ୍ତି | ଜୁନ୍ ମାସରେ ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପରେ ଦୀପିକା ଲେଖିଥିଲେ – ”ମୋ ପରେ ପୁନରାବୃତ୍ତି କର, ତୁମେ ଡିପ୍ରେସନରୁ ପଳାଇ ପାରିବ ନାହିଁ |”


ଆଉ କଙ୍ଗନା ଆଜି ଟ୍ୱିଟ କରିଛନ୍ତି ଯେ ”ମୋ ପରେ ପୁନରାବୃତ୍ତି କର,ଡିପ୍ରେସନକୁ ନେଇ ବ୍ୟବସାୟ କରୁଥିବା ଲୋକଙ୍କୁ ଜନତା ବାଟ ଦେଖାଇଛନ୍ତି” | ସୂଚନା ଥାଉ କି ମାନସିକ ରୋଗରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦୀପିକା ‘ଲାଇଭ୍ ଲଭ୍ ଲଫ’ ନାମକ ଏକ ସଂଗଠନ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଜୁନ୍ ୧୪ ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିଲା | କହାଯାଇଥିଲା ଯେ ସୁଶାନ୍ତ ଦୀର୍ଘ ସମୟ ଧରି ଡିପ୍ରେସନରେ ଥିଲେ। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା |

ସମ୍ବନ୍ଧିତ ଖବର