ସଡ଼କ-୨ର ଟ୍ରେଲର ରିଲିଜ୍‌ ପରେ, କଙ୍ଗନା ମହେଶ ଭଟ୍ଟଙ୍କୁ କହିଲେ ପାକିସ୍ତାନୀ ଦଲାଲ

ଫିଲ୍ମ ‘ସଡ଼କ-୨’ର ଟ୍ରେଲରକୁ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏହି ଚଳଚ୍ଚିତ୍ରରେ ଆଲିୟା ଭଟ୍ଟ ଜଣେ ତାନ୍ତ୍ରିକର ଫଟୋ ଦେଖି କହୁଛନ୍ତି, ଏହି ଗୁରୁମାନଙ୍କ ପାଇଁ ମୁଁ ମୋ ନିଜର ଜଣେ ବ୍ୟକ୍ତିଙ୍କୁ ହରାଇଛି। ସେଥିରେ ଗୁରୁଙ୍କ ସ୍ଥାନରେ ଜଣେ ମୌଲବୀ କିମ୍ବା ପାଦ୍ରି ଲଗାଇବା କଥା ସେ ସଂଳାପରେ କହୁଛନ୍ତି। ତେବେ ଦର୍ଶକ ଏହାକୁ ପସନ୍ଦ କରୁନଥିବା ସୋସିଆଲ ମିଡିଆ ପ୍ରତିକ୍ରିୟାରୁ ଦେଖିବାକୁ ମିଳିଛି। କଙ୍ଗନା ରଣାୱତ ସେଇ ସଂଳାପକୁ ନେଇ ମହେଶ ଭଟ୍ଟଙ୍କୁ ପାକିସ୍ତାନୀ ଦଲାଲ ବୋଲି କହିଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଟ୍ରୋଲ୍‌ ହେଉଛି। ଅନେକ ଏହି ସଂଳାପକୁ ହଟାଇ ଦେଇ ଏହାକୁ ପୁନର୍ବାର ମୁକ୍ତିଲାଭ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର