ଶ୍ରୀଦେବୀଙ୍କ ସହ ତୁଳନା କରି ଟ୍ରୋଲ୍ ହେଲେ କଙ୍ଗନା

ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଵତ୍ ପୁଣିଥରେ ଟ୍ରୋଲର ଶିକାର ହୋଇଛନ୍ତି। କେତେବେଳେ ନିଜକୁ ଟମ୍ କ୍ରୁସ୍‌ଙ୍କଠାରୁ ଭଲ ଷ୍ଟଣ୍ଟମ୍ୟାନ୍ ତ କେତେବେଳେ ନିଜକୁ ମେର୍‌ଲି ଷ୍ଟ୍ରିପ୍‌ଙ୍କଠାରୁ ଭଲ ଅଭିନେତ୍ରୀ ବୋଲି କହୁଥିବା କଙ୍ଗନା ନିଜକୁ ଶ୍ରୀଦେବୀଙ୍କଠାରୁ ଭଲ କମେଡ଼ି କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ତେବେ କଙ୍ଗନା‌ଙ୍କ ଏହି ପୋଷ୍ଟକୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରିଥିବା ବେଳେ ଅନେକ ୟୁଜର୍ସ ତାଙ୍କୁ ଉପହାସ କରିଛନ୍ତି। ‘ତନୁ ୱେଡ୍ସ ମନୁ’ ଚଳଚ୍ଚିତ୍ରରୁ ତାଙ୍କ ସିନେ କ୍ୟାରିୟର୍‌ ଭିନ୍ନ ମୋଡ଼ ନେଇଥିଲା। ତେବେ ନିକଟରେ ଏହି ଚଳଚ୍ଚିତ୍ରକୁ ୧୦ବର୍ଷ ପୂରୁଥିବାରୁ ସେ ଟ୍ବିଟର୍‌ରେ ପୋଷ୍ଟ କରିବା ସହ ନିଜର ଅଭିନୟ ଉପରେ କିଛି କଥା ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର