ବାପାଙ୍କୁ ଚାପୁଡ଼ା ମାରିବା କଥା ବଖାଣି ଟ୍ରୋଲ୍ ହେଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ର ବିବାଦୀୟ ନାୟିକା କଙ୍ଗନା ରାନାଓ୍ୱତ୍ ନିଜ ରାଉଡି ଅନ୍ଦାଜ୍ ପାଇଁ ପୁଣିଥରେ ସାମାଜିକ ଗଣମାଧ୍ୟମରେ ଉପହସିତ ହୋଇଛନ୍ତି। କଙ୍ଗନାଙ୍କ ବାପା ତାଙ୍କୁ ଚାପୁଡ଼ା ମାରିବାକୁ ହାତ ଉଠାଇବା ବେଳେ ସେ କିଭଳି ବାପାଙ୍କୁ ଚାପୁଡ଼ା ମାରିବା ପାଇଁ କହିଥିଲେ, ସେ ବିଷୟରେ ଟ୍ବିଟ୍ କରି ଲେଖିଛନ୍ତି।

କଙ୍ଗନାଙ୍କ ଲେଖା ମୁତାବକ, ତାଙ୍କ ବାପା ଚାହୁଥିଲେ କଙ୍ଗନା ଜଣେ ଭଲ ଡାକ୍ତର ହୁଅନ୍ତୁ। ଏଥିପାଇଁ ତାଙ୍କୁ ଏକ ବଡ଼ ସଂସ୍ଥାରେ ନାଁ ଲେଖାଇ ସେଠାରେ ପଢ଼ାଇବାକୁ ଚାହୁଁଥିଲେ। ତେବେ ଯେତେବେଳେ କଙ୍ଗନା ସେଠାକୁ ଯିବାକୁ ମନାକଲେ, ବାପା ମାରିବାକୁ ହାତ ଉଠାଇଲେ। ସେତେବେଳେ କଙ୍ଗନା ବାପାଙ୍କ ହାତ ଧରିବା ସହ, ତାଙ୍କୁ କହିଥିଲେ ଯେ ଯଦି ତାଙ୍କୁ ଚାପୁଡ଼ା ମାରନ୍ତି, ତେବେ ସେ ବି ଚାପୁଡ଼ା ମାରିବେ। ବାପାଙ୍କ ସହ ଘଟିଥିବା ଏଭଳି ବିବାଦୀୟ ଘଟଣା ଟ୍ବିଟର୍ ଲେଖିବା ପରେ ତାଙ୍କୁ ୟୁଜର୍ସମାନେ ଟ୍ରୋଲ୍ କରିବା ସହ ଗୁରୁଜନଙ୍କୁ ବ୍ୟବହାର କରିବା ଆସେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର