କଙ୍ଗନାଙ୍କ ହାତରେ ଲାଗିଲା ଆଉ ଏକ ବଡ ଫିଲ୍ମର ଅଫର, ଗୁପ୍ତଚର ଭୂମିକାରେ ଆସିବେ ନଜର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାବତଙ୍କ ଖୁବଶୀଘ୍ର ଏକ ବଡ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି | ଏହି ଫିଲ୍ମର ନାମ ‘ଧାକ୍କଡ’ ହୋଇଥିବାବେଳେ ଏଥିରେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରିବେ | କଙ୍ଗନା ସୂଚନା ଦେଇଛନ୍ତି ଯେ ଏହି ଫିଲ୍ମଟି ଆକ୍ସନଭିତ୍ତିକ ଫିଲ୍ମ ହୋଇଥିବାବେଳେ ଏହା ତାଙ୍କ କ୍ୟାରିୟରର ଭଲ ଫିଲ୍ମ ହେବ |

Northeast Today

ଏହି ଫିଲ୍ମର ନିର୍ଦ୍ଦେଶନା ଭାର ରଜନୀଶ ଘାଇ ସମ୍ଭାଳୁଥିବାବେଳେ ଫିଲ୍ମ ନିର୍ମାତା ହଲିଉଡ଼ର ଜଣେ ଖ୍ୟାତନାମା ଆକ୍ସନ ନିର୍ଦ୍ଦେଶକଙ୍କୁ ଖୋଜୁଛନ୍ତି | ଫିଲ୍ମର ସୁଟିଂ ଭାରତ, ଦକ୍ଷିଣ ପୂର୍ବ ଏସିଆ ଓ ମଧ୍ୟ-ପୂର୍ବ ୟୁରୋପରେ ହେବ | ଏଠାରେ ସୂଚନା ଥାଉ କି ଆସନ୍ତା ଶୁକ୍ରବାର ଦିନ କଙ୍ଗନାଙ୍କ ଫିଲ ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ ରିଲିଜ ହେବାକୁ ଯାଉଛି |

କିଛି ଦିନ ତଳେ ଫିଲ୍ମ ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ର ଏକ ଗୀତ ଲଞ୍ଚ ହୋଇଥିଲା। ଏଥିପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକଙ୍କ ଉପରେ କଙ୍ଗନା ତାଙ୍କ ପୁରୁଣା ରାଗ ଶୁଝାଇବାକୁ ଯାଇ ଖୁବ୍‌ ବର୍ଷିଥିଲେ। ଏଥିପାଇଁ ଶେଷରେ ନିର୍ମାତା ଏକତା କପୁରଙ୍କୁ କ୍ଷମା ମାଗିବାକୁ ପଡିଥିଲା |

ସମ୍ବନ୍ଧିତ ଖବର