ଜନ୍ମଦିନରେ ଜୟଲଳିତାଙ୍କ ଚରିତ୍ରରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ରାଜନେତ୍ରୀ ହେବେ ବଲିଉଡ କୁଇନ । ପରଦାରେ ଉଭୟ ନାୟିକା ଓ ନେତ୍ରୀ ରୋଲରେ ନଜର ଆସିବେ କଙ୍ଗନା । ପ୍ରତିଥର ପରି ଏଥରକ ମଧ୍ୟ ନୂଆ ତଥା ଚ୍ୟାଲେଞ୍ଜିଂ ରୋଲ ସହ ପରଦାରେ ସେ କରିବେ କମାଲ । ଆଗକୁ ଆସୁଛି ବାୟୋପିକ ଫିଲ୍ମ ‘ଥଲଇବି’ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦକ୍ଷିଣଭାରତର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଦିଂବଗତ ଜୟଲଳିତାଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଛି ବଲିଉଡ ବାୟୋପିକ ସିନେମା ‘ଥଲଇବି’ ।

ଆଉ କଙ୍ଗନା ରାନାୱତଙ୍କ ଜନ୍ମଦିନ ଅର୍ଥାତ୍ ମାର୍ଚ୍ଚ ୨୩ ରେ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିବ। ନିର୍ଦ୍ଦେଶକ ବିଜୟଙ୍କ ଏହି ଚଳଚ୍ଚିତ୍ରରେ ତାମିଲନାଡୁର ରାଜନୀତିରେ ପରିବର୍ତ୍ତନ ଆଣିଥିବା ଜୟଲଳିତାଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ । ଫିଲ୍ମରେ ଏମ.ଜି ରାମଚନ୍ଦ୍ରନଙ୍କ ଚରିତ୍ରରେ ଅଭିନେତା ଅରବିନ୍ଦ ସ୍ୱାମୀ ଅଭିନୟ କରିଥିବାବେଳେ ଏହି ଫିଲ୍ମ ୨୩ ଏପ୍ରିଲରେ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ । ସେହିଦିନ ୟଶରାଜ ଫିଲ୍ମସର ଫିଲ୍ମ ବଣ୍ଟି ଔର ବବଲି ୨ ମଧ୍ୟ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ର ‘ବଣ୍ଟି ଔର ବବଲି ୨’ ରେ ମୁଖ୍ୟ ଭୂମିକାରେ ସୈଫ ଅଲ୍ଲୀ ଖାନ, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ସର୍ବରି ବାଘ ପ୍ରମୁଖ ଅଭିନୟ କରିଛନ୍ତି। ସୂଚନା ଥାଉ କି କଙ୍ଗନା ଆଜିକାଲି ତାଙ୍କ ଫିଲ୍ମ ‘ଧାକଡ଼’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ସେ ‘ତେଜସ୍’, ‘ମଣିକର୍ଣ୍ଣିକା ରିଟର୍ନସ୍ – ଦି ଲିଜେଣ୍ଡ୍ ଅଫ୍ ଦିଡା’ରେ ନଜର ଆସିବେ।

ସମ୍ବନ୍ଧିତ ଖବର