ରାମ ମନ୍ଦିରର ୬୦୦ ବର୍ଷର କାହାଣୀ ପରଦାରେ ଦେଖାଇବେ କଙ୍ଗନା

ମୁମ୍ବାଇ: ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତେବେ ରାମ ମନ୍ଦିରର ୬୦୦ ବର୍ଷର କାହାଣୀକୁ ସିନେମା ମାଧ୍ୟମରେ ଦେଖାଇବେ ବଲିଉଡ ଅଭିନେତ୍ରୀ କଙ୍ଗନା | ନିକଟରେ ଏକ ସାକ୍ଷାତକାରରେ କଙ୍ଗନା କହିଛନ୍ତି ଯେ ସେ ‘ଅପରାଜିତା ଅଯୋଧ୍ୟା’ ନାମରେ ଫିଲ୍ମ ନିର୍ମାଣ କରିବେ |

ଏହି ଫିଲ୍ମରେ ରାମ ମନ୍ଦିରର ୬୦୦ ବର୍ଷର ଯାତ୍ରା ବିଷୟରେ ବର୍ଣ୍ଣନା କରିବେ | ରାମ ମନ୍ଦିର ନିର୍ମାଣକୁ ନେଇ ସେ କିପରି ଅନୁଭବ କରନ୍ତି ବୋଲି କଙ୍ଗନାଙ୍କୁ ପଚରାଯାଇଥିଲା, ସେ ଗର୍ବର ସହିତ କହିଥିଲେ ଯେ, ‘ରାମ ମନ୍ଦିର କେବଳ ଏକ ମନ୍ଦିର ନୁହେଁ, ବରଂ ଏକ ଭାବନା | ଅଯୋଧ୍ୟା ମୋ ପାଇଁ ଅତ୍ୟନ୍ତ ପ୍ରତୀକାତ୍ମକ ଏବଂ ଗତ ୫୦୦-୬୦୦ ବର୍ଷର ଏହି ଯାତ୍ରା ଆମ ପାଖରେ ଏକ ସଭ୍ୟତା ଭାବେ ରହିଆସିଛି |

ଆଉ ଏହାକୁ ନେଇ ସେ ସିନେମା ନିର୍ମାଣ କରିବେ ବୋଲି କହିଛନ୍ତି | ଫିଲ୍ମର ନିର୍ଦ୍ଦେଶନା ଖୋଦ କଙ୍ଗନା ଦେବେ | ଫିଲ୍ମ ମଣିକର୍ଣ୍ଣିକା ଏହାର ଲେଖକ କେ.ବିଜୟେନ୍ଦ୍ର ପ୍ରସାଦ କଙ୍ଗନାଙ୍କ ସହିତ ମିଶି ‘ଅପରାଜିତା ଅଯୋଧ୍ୟା’ ପାଇଁ ଚିତ୍ରନାଟ୍ୟ ଲେଖିବେ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର