ଶତ୍ରୁଙ୍କଠାରୁ ମୁକ୍ତି ପାଇବାକୁ ନୂଆବର୍ଷରେ ରାହୁ-କେତୁ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କଲେ କଙ୍ଗନା

ମୁମ୍ବାଇ: ଶତ୍ରୁଙ୍କଠାରୁ ମୁକ୍ତି ପାଇବାକୁ ରାହୁ-କେତୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ | କଙ୍ଗନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରଶଂସକଙ୍କ ସହ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ସେୟାର କରିଥାନ୍ତି | କଙ୍ଗନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମନ୍ଦିରରେ ପୂଜା କରୁଥିବା କିଛି ଚିତ୍ର ସେୟାର କରିଛନ୍ତି | ଯାହାର କ୍ୟାପସନରେ ସେ ଲେଖିଛନ୍ତି ଯେ ‘ସମଗ୍ର ବିଶ୍ୱରେ କେବଳ ଗୋଟିଏ ରାହୁ କେତୁ ମନ୍ଦିର ଅଛି। ଏହା ତିରୁପତି ବାଲାଜୀଙ୍କ ମନ୍ଦିରଠାରୁ ଖୁବ ନିକଟରେ ଅଛି |

ପାଞ୍ଚଟି ତତ୍ତ୍ୱ ମଧ୍ୟରୁ ବାୟୁ ତତ୍ତ୍ୱର ଲିଙ୍ଗ ଏଠାରେ ରହିଛି । ଏହା ଏକ ଅଦ୍ଭୁତ ସ୍ଥାନ | ମୋର ପ୍ରିୟ ଶତ୍ରୁମାନଙ୍କଠାରୁ ଟିକିଏ ଦୟା ମାଗିବାକୁ ମୁଁ ଏଠାକୁ ଆସିଛି | ଏହି ବର୍ଷରେ ମୁଁ କମ୍ ପୁଲିସ୍ ଅଭିଯୋଗ / ଏଫଆଇଆର ଏବଂ ପ୍ରେମ ପତ୍ର ପାଇବାକୁ ଚାହୁଁଛି | ଜୟ ରାହୁ କେତୁ ଜି’।

ସୂଚନା ଥାଉ କି ୨୦୨୧ ମସିହାରେ କଙ୍ଗନା ଅନେକ ବିବାଦରେ ଫସିଥିଲେ | ତାଙ୍କର ବିବାଦୀୟ ବକ୍ତବ୍ୟ ଏବଂ ତାଙ୍କୁ ନେଇ ହୋଇଥିବା ସମାଲୋଚନାକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ | ତାଙ୍କ ବିରୋଧରେ ଅନେକ ମାମଲା କରାଯାଇଥିଲା ଯେଉଁଥିପାଇଁ ତାଙ୍କୁ କୋର୍ଟ ଏବଂ ପୁଲିସ୍ ଷ୍ଟେସନରେ ଚକ୍କର ଲଗାଇବାକୁ ପଡିଥିଲା |

ସମ୍ବନ୍ଧିତ ଖବର