ପୁଣି ସୁଟିଂସେଟରେ ଆହତ ହେଲେ କଂଗନା ରାଣାୱତ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ କଂଗନା ରାଣାୱତ ପୁଣି ଥରେ ସୁଟିଂସେଟରେ ଆହତ ହୋଇଥିବା ଖବର ମିଳିଛି। । ପୂର୍ବରୁ ସେ ଯେଉଁ ସିନେମାର ସୁଟିଂ ସେଟରେ ଗତ ଜୁଲାଇ ମାସରେ ଆହତ ହୋଇଥିଲେ ଏଥର ବି ସେହି ସମାନ ସିନେମାର ସେଟରେ ସମଦଶର ଭୋଗିଛନ୍ତି।ରାଜସ୍ଥାନର ଜୋଧପୁରରେ ‘ମଣିକର୍ଣିକା’ ଫିଲ୍ମର ସୁଟିଂ ଚାଲିଥିବାବେଳେ କଂଗନାଙ୍କ ପାଦରେ ଆଘାତ ଲାଗିଛି । କଂଗନାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଫିଲ୍ମ ମଣିକର୍ଣିକା -ଦି କ୍ୱିନ ଅଫ ଝାଂସୀର ଏକ ଷ୍ଟଂଟ ସିନବେଳେ କଂଗନା ଆହତ ହୋଇଛନ୍ତି ।

୪୦ ଫୁଟ ଉଚ୍ଚ ଏକ କାନ୍ଥରୁ ଡେଇଁବାର ଷ୍ଟଂଟ ସିନ ଥିବାବେଳେ ଠିକ ଭାବେ ଏହା ହୋଇପାରିନଥିଲା । ସେ ତାଙ୍କ ସହ ଏକ ଶିଶୁକୁ ସାଙ୍ଗରେ ଧରି ଖଣ୍ଡା ଧରି ଯୁଦ୍ଧ କରୁଥିବା ବେଳେ ଶିଶୁକୁ ରକ୍ଷା କରିବାକୁ ଯାଇ ତାଙ୍କର ସନ୍ତୁଳନ ରହି ନଥିବା କୁହାଯାଉଛି। ଏହାଫଳରେ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି। ଏହି ପିଲ୍ମରେ କଂଗନା ଝାନସୀ ରାଣି ଲକ୍ଷ୍ମୀବାଇଙ୍କ ଭୁମିକାରେ ଅଭିନୟ କରୁଛନ୍ତି । ତେବେ ଡାକ୍ତର ତାଙ୍କୁ ବର୍ତମାନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲରେ ରିଲିଜ ହେବାର ଯୋଜନା ରହିଛି ।

ସମ୍ବନ୍ଧିତ ଖବର