ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ସାମ୍ବାଦିକ ଓ ଫଟୋଗ୍ରାଫରଙ୍କୁ ବିବାହ ନିମନ୍ତ୍ରଣ କାର୍ଡ ଦେଉଥିବା ଦେଖିବାକୁ ମିଳୁଛି। ତେବେ ଲୋକଙ୍କୁ କିଭଳି ଆକର୍ଷିତ କରିବାକୁ ହୁଏ ସେମନ୍ତ୍ର କଙ୍ଗନା ଭଲଭାବେ ଜାଣିଛନ୍ତି। ଯାହାର ଉଦାହରଣ ଏହି ଭିଡିଓ ଜରିଆରେ ସ୍ପଷ୍ଟ ହେଉଛି।

Advertisment

ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏହି ଭିଡିଓ ସିନେମା ପ୍ରମୋସନ କରିବା ପାଇଁ କରାଯାଇଛି।  କଙ୍ଗନା ଜଣେ ସିନେମା ପ୍ରଯୋଜକ ହୋଇଯାଇଛନ୍ତି। ତାଙ୍କର ପ୍ରଡକସନ ହାଉସର ସିନେମା ‘ଟିକୁ ୱେଡସ ସେରୁ’ ଅମାଜନ ପ୍ର‌ାଇମରେ ଆସିବାକୁ ପ୍ରସ୍ତୁତ ଅଛି।

ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ଅଭିନେତ୍ରୀ ଅବନୀତ କୌରଙ୍କ ଫିଲ୍ମ ‘ଟିକୁ ୱେଡ୍ସ ସେରୁ’ର ଟ୍ରେଲର ରିଲିଜ ହୋଇଛି। ଗତ କିଛି ଦିନ ହେବ ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ହେଉଛି। ଫିଲ୍ମର ଟ୍ରେଲର ରିଲିଜ୍ ପରେ ଏହାକୁ ଲୋକଙ୍କ ସକରାତ୍ମକ ପ୍ରତିକ୍ରିୟା ମିଳିଛି। ଖୁବ୍ ଶୀଘ୍ର ଏହି ଚଳଚ୍ଚିତ୍ରଟି ଓଟିଟିରେ ରିଲିଜ ହେବ। ସିନେମାର ପ୍ରମୋସନ ଦାୟିତ୍ବ କଙ୍ଗନା ନିଜ ହାତକୁ ନେଇଛନ୍ତି।

ଭାଇରାଲ ଭିଡିଓରେ କଙ୍ଗନା ଟ୍ରାଡିସନାଲ ପୋଷାକ ପିନ୍ଧି କାରରେ ପହଞ୍ଚୁଛନ୍ତି। ଏହି ସମୟରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ବୟାନ ନେବାପାଇଁ ଏକାଠି ହେଉଛନ୍ତି।

ଏହି ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧି କଙ୍ଗନାଙ୍କୁ ପଚାରୁଛନ୍ତି କି କ’ଣ ଆପଣ ବିବାହ କରିବାକୁ ଯାଉଛନ୍ତି। ଏହାଉପରେ କଙ୍ଗନା କଟାକ୍ଷ କରି କହୁଛନ୍ତି, ‘ଗୁଜବ ତ ଆପଣମାନେ ପ୍ରଚାର କରୁଛନ୍ତି। ଛାଡ଼ନ୍ତୁ ସେ କଥା ଏହି ନିମନ୍ତ୍ରଣ ପତ୍ର ରଖନ୍ତୁ । ବିବାହକୁ ନିଶ୍ଚୟ ଆସି‌ବେ। ଏହି ବିବାହ ହେଉଛି ‘ଟିକୁ ୱେଡ୍ସ ସେରୁ’ର ରହିଛି।