ମୁମ୍ବାଇ: ଜେଏନୟୁ ବିବାଦରେ ନିଜକୁ ସାମିଲ କରି ବିବାଦ ଘେରକୁ ଚାଲି ଆସିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ଏ ନେଇ ତାଙ୍କ ଫିଲ୍ମ 'ଛପାକ'କୁ ଲୋକେ ବର୍ଜନ କରିଥିଲେ। ଯାହାର ପ୍ରଭାବ ଫିଲ୍ମର ଆୟ ଉପରେ ପଡ଼ୁଥିବାର ସଫା ଦେଖାଯାଉଥିବା ବେଳେ ଏହି ବିବାଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ୍। ଫିଲ୍ମର କାହାଣୀ ଭଲ ଥିଲେ ଶତ୍ରୁ ବି ଦେଖିବେ ବୋଲି କହି ଚର୍ଚ୍ଚାରେ ରହିଛନ୍ତି କଙ୍ଗନା ରାଣାୱତ୍।
ତାଙ୍କ କହିବା ଅନୁଯାୟୀ, "ନିଜର ପସନ୍ଦ ନାପସନ୍ଦ ବାଛିବା ଦୀପିକାଙ୍କ ଲୋକତାନ୍ତ୍ରିକ ଅଧିକାର। କିନ୍ତୁ ନିଜର ସେହି ପସନ୍ଦ ନାପସନ୍ଦ ଉପରେ ଟିପ୍ପଣୀ ଦେବା ଅନୁଚିତ। ଯାହା ବି ହୋଇଯାଉ ଗୋଟେ ଫିଲ୍ମର ପ୍ରମୋସନ ପାଇଁ ମୁଁ କେବେ ହେଲେ ଯାଇ ଦେଶକୁ ଭାଗ ଭାଗ କରିବାକୁ ଚାହୁଥିବା ଗ୍ୟାଙ୍ଗ ପଛରେ ଛିିଡ଼ା ହେବି ନାହିଁ। ଯେଉଁମାନେ ଦେଶର ଯବାନ ସହିଦ୍ ହେଲେ ଖୁସି ମନାଇଥାନ୍ତି ଓ ଦେଶକୁ ଭାଗ ଭାଗ କରିବାକୁ ଚାହାନ୍ତି, ସେମାନଙ୍କୁ ମୁଁ କୌଣସି ପରିସ୍ଥିତିରେ ସମର୍ଥନ କରିବି ନାହିଁ। ସେଥିପାଇଁ ମୁଁ କହି ପାରିବି କି, ମୁଁ କ’ଣ ଚାହେଁ। କିନ୍ତୁ ସେ କ’ଣ କରିବା ଉଚିତ୍, ତାହା ଉପରେ ମୋର ଟିପ୍ପଣୀ ଦେବାର କୌଣସି ଅଧିକାର ନାହିଁ" ବୋଲି କଙ୍ଗନା କହିଛନ୍ତି।
/sambad/media/post_attachments/059b7d2bfdcf44128932cb45e64119a618bd35be6ce167c8b6d3076d14c96f86.jpg)
ଏହା ସହ ଫିଲ୍ମକୁ ବର୍ଜନ କରିବା ନେଇ ଟୁଇଟରରେ ଚାଲିଥିବା ଅଭିଯାନ ଉପରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଟୁଇଟରରେ ଫିଲ୍ମକୁ ବର୍ଜନ କରିବାର ଅଭିଯାନ ଆରମ୍ଭ କରିଦେଲେ କିଛି ହେବ ନାହିଁ। ଯଦି ଫିଲ୍ମର କାହାଣୀ ଭଲ ଥିବ, ତେବେ ତାକୁ ବିରୋଧ କରୁଥିବା ଲୋକ ମଧ୍ୟ ଦେଖିବାକୁ ଯିବ"।