ଜନ୍ମଦିନର ଦଶ ଦିନ ପୂର୍ବରୁ ମଉନ ବ୍ରତ ପାଳନ କରିବେ କଙ୍ଗନା

ମୁମ୍ବାଇ: ଚଳିତବର୍ଷ ମାର୍ଚ ୨୩ ତାରିଖରେ ୩୨ ବର୍ଷରେ ପାଦ ରଖିବେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ। ଜନ୍ମଦିନରେ ପୂର୍ବରୁ ଅନେକ ବଲିଉଡ୍‌ ଷ୍ଟାର୍‌ ବିଭିନ୍ନ ପଦକ୍ଷେପ ଓ ସଂକଳ୍ପ ନେଇ ସାରିଛନ୍ତି। ମାତ୍ର ଜନ୍ମଦିନର ୧୦ ଦିନ ପୂର୍ବରୁ ଜନ୍ମଦିନ ଉଦେଶ୍ୟରେ କିଛି କରିବାରେ ବୋଧହୁଏ କଙ୍ଗନା ରାଣାଓ୍ଵତ ପ୍ରଥମ।

କଙ୍ଗନା ତାଙ୍କର ଏ ବର୍ଷର ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିବାକୁ ଯାଉଛନ୍ତି। ଜାଣିବାକୁ ମିଳିଛି ଯେ କଙ୍ଗନା ତାଙ୍କ ଜନ୍ମଦିନର ପୂର୍ବ ୧୦ ଦିନରୁ ମଉନ ବ୍ରତ ରଖିବା ଯୋଜନା କରିଛନ୍ତି। ଅବଶ୍ୟ ୧୦ ଦିନ ଧରି ମଉନ ବ୍ରତ ରଖିବା ନିହାତି ଭାବେ ଏକ କଷ୍ଟକର ବ୍ୟାପାର, ମାତ୍ର କଙ୍ଗନା ନିଜ ସଂକଳ୍ପରେ ଅଟଳ। ସେ ଏ ବର୍ଷ ଏହି ବ୍ରତ ନିଶ୍ଚୟ ପାଳନ କରିବେ ବୋଲି ଜାଣିବାକୁ ମିଳିଛି। ଏ ନେଇ କଙ୍ଗନା କହନ୍ତି, ‘୧୦ ଦିନର ମଉନ ବ୍ରତ ଏକ ବଡ଼ ପ୍ରତିବଦ୍ଧତା। ମାତ୍ର ମୁଁ ଏହି ସଂକଳ୍ପକୁ ମୋ ନିଜକୁ ଜନ୍ମଦିନ ଉପହାର ଦେବାକୁ ଚାହୁଁଛି।’

ସମ୍ବନ୍ଧିତ ଖବର